ଇଦ ପାଇଁ ଅନଲାଇନରେ ଉପଲବ୍ଧ ହେଲା ଛେଳି

ନୂଆଦିଲ୍ଲୀ: ଆଗକୁ ଆସୁଛି ଇଦ | ଏଥିପାଇଁ ଛେଳି ମାନଙ୍କର ଚାହିଦା ବଢ଼ିଯାଇଥାଏ | ତେବେ ସୁଲଭ ମୂଲ୍ୟରେ ଓ ସୁବିଧାରେ ଛେଳି ପାଇବା ପାଇଁ ଏବେ କିଛି ଲୋକ ଅନଲାଇନରେ ଛେଳି ଅର୍ଡର କରୁଥିବାର ଦେଖିବାକୁ ମିଳୁଛି | ମିଳିଥିବା ସୂଚନା ମୁତାବକ ଛେଳିଟିଏ ପାଇଁ ମୁସଲିମ ଧର୍ମାବଲମ୍ବୀମାନେ ବଜାରକୁ ଯାଇଥାନ୍ତି | କିନ୍ତୁ ଏଠାରେ ଦଲାଲମାନେ ଛେଳିର ମୂଲ୍ୟ ବୃଦ୍ଧି କରୁଥିବାର ଦେଖିବାକୁ ମିଳିଛି |

ଯାହାକୁ ନେଇ ଏବେ ଅନଲାଇନରେ ଛେଳି କିଣିବାକୁ କିଛି ଲୋକ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି | ଅନଲାଇନରେ ୫ ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ଯାଏଁ ଛେଳି ମିଳୁଛି | ଘରେ ବସି ଛେଳି ଅର୍ଡର କରିବା ପରେ ଅନଲାଇନ ଡେଲିଭରି ମଧ୍ୟ କରାଯାଉଛି | ଯାହାକି ଏବେ ଲୋକପ୍ରିୟ ହେବାରେ ଲାଗୁଛି |

ବଡ କଥା ହେଉଛି ଯେ କିଛି ଅନଲାଇନ ସାଇଟ ସିଧାସଳଖ କ୍ରେତା ଓ ଛେଳି ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରାଉଛନ୍ତି | ଯାହା ଫଳରେ କମ ଦାମରେ ଛେଳି ମିଳିପାରୁଛି | ସେହିପରି ଅନଲାଇନରେ ଛେଳି ଅର୍ଡର କଲେ ଡେଲିଭରି ପରେ ଯଦି ଆପଣଙ୍କର ପସନ୍ଦ ନ ହୁଏ ତେବେ ଆପଣ ବଦଳାଇ ମଧ୍ୟ ପାରିବେ |

ସମ୍ବନ୍ଧିତ ଖବର