ଆଇସିସିଆର୍‌ ମେଳାରେ ଓଡ଼ିଆ ଶିଳ୍ପୀ

ନୂଆଦିଲ୍ଲୀ : କୁଟନୀତିକ ବର୍ଗଙ୍କ ମଧ୍ୟରେ ଭାରତୀୟ ପାରମ୍ପରିକ ହସ୍ତଶିଳ୍ପକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ପ୍ରଥମଥର ପାଇଁ ଭାରତୀୟ ସଂସ୍କୃତି ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ପକ୍ଷରୁ ତିନି ଦିନିଆ ହସ୍ତକଳା ମେଳାର ଆୟୋଜନ କରାଯାଇଛି। ଏଥିରେ ଜାତୀୟ ପୁରସ୍କାରପ୍ରାପ୍ତ ‘ମାଷ୍ଟର୍‌ କ୍ରାଫ୍‌ଟମ୍ୟାନ୍‌’ ବିଜୟ କୁମାର ପରିଡ଼ା ଯୋଗଦେଇଛନ୍ତି। ମେଳାରେ ତାଙ୍କ ଦ୍ବାରା ପ୍ରସ୍ତୁତ ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କାର୍ଯ୍ୟ ପ୍ରଦର୍ଶିତ ହୋଇଛି। ଏଥିରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୨୨ ଶିଳ୍ପୀ ଯୋଗ ଦେଇଛନ୍ତି।

ପ୍ରତ୍ୟେକ ଶିଳ୍ପୀ ସେମାନଙ୍କ କାରୁକାର୍ଯ୍ୟ ସଂପର୍କରେ ୪୫ ମିନିଟ ବର୍ଣ୍ଣନା କରିବା ସହିତ ସେମାନଙ୍କ ରଚନାତ୍ମକ ଦିଗ ସମ୍ପର୍କରେ ଦର୍ଶକମାନଙ୍କୁ ଅବଗତ କରାଉଛନ୍ତି। କରୋନା ଯୋଗୁ ଗତ ଦୁଇ ବର୍ଷ ହେଲା ଭାରତୀୟ ପାରମ୍ପରିକ ହସ୍ତକଳା ଶିଳ୍ପୀମାନେ ବିଶେଷଭାବେ ପ୍ରଭାବିତ ହୋଇଥିଲେ। ଏଭଳି ଏକ ଅନ୍ତର୍ଜାତୀୟ ସ୍ତରର ହସ୍ତକଳା ମେଳା ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି ଶିଳ୍ପୀମାନେ ଆଶାବ୍ୟକ୍ତ କରିଛନ୍ତି। ଏହି ମେଳାକୁ ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର