ଭାରତକୁ ପାକ୍‌ କୂଟନୀତିଜ୍ଞଙ୍କ ସମର୍ଥନ

‘କଥାବାର୍ତ୍ତା ଏବଂ ଆତଙ୍କବାଦ’ ଏକ ସଂଗରେ ଚାଲିପାରିବ ନାହିଁ

ନୂଆଦିଲ୍ଲୀ: କଥାବାର୍ତ୍ତା ଏବଂ ଆତଙ୍କବାଦ ଏକ ସଂଗରେ ଚାଲିପାରିବ ନାହିଁ ବୋଲି ଭାରତ ଯେଉଁ ସଂକଳ୍ପ ନେଇଛି ତାହାକୁ ପାକିସ୍ତାନର ଖ୍ୟାତନାମା କୂଟନୀତିଜ୍ଞ ହୁସେନ ହକ୍କାନି ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ପାକିସ୍ତାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେବା ଅତ୍ୟନ୍ତ ଲୋକଦେଖାଣିଆ ବୋଲି ହୁସେନ କହିଛନ୍ତି। ପାକିସ୍ତାନ ସରକାର ଆତଙ୍କବାଦ ବିରୋଧୀ ପଦକ୍ଷେପ ନେବାରେ ନିଷ୍ଠା ଦେଖାଇଲେ ହିଁ ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ହେବ ଏବଂ ଆଲୋଚନାର ସୁଫଳ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର