ପିଜାର ହୋମ ଡେଲିଭରି ପାଇଁ ଚୀନଠାରୁ ବିପୁଳ ଡ୍ରୋନ୍ କିଣିଥିଲା ପାକିସ୍ତାନ, ଆକ୍ରମଣ ପାଇଁ ବ୍ୟବହାର କରିଥିବା ନେଇ ଚର୍ଚ୍ଚା

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପଛରେ କିଏ ଅଛି ? ୪୮ ଘଣ୍ଟା ବିତିଯିବା ପରେ ବି ଏହି ପ୍ରଶ୍ନର ଉତ୍ତର ମିଳିପାରିନାହିଁ | ଏହି ଆକ୍ରମଣ ପଛର ତଦନ୍ତ ଦାୟିତ୍ୱ ଏନଆଇଏ ବା ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସିକୁ ଦିଆଯାଇଥିବାବେଳେ ଏହା ପଛରେ କାହାର ହାତ ଅଛି ତାହା ଜଣାପଡିନାହିଁ | ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆକ୍ରମଣ ପାଇଁ ଯେଉଁ ବିସ୍ଫୋରକର ବ୍ୟବହାର କରାଯାଇଥିଲା ତାହା କେବଳ କୌଣସି ଦେଶର ସେନା ପାଖରେ ହିଁ ଥାଏ |

ଗୁଇନ୍ଦା ସୂଚନା ମୁତାବକ କିଛି ଦିନ ତଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ୍ ଚୀନ ଠାରୁ କିଣିଥିଲା | ପିଜା ଡେଲିଭରି ସହ ଔଷଧ ଘରେ ଘରେ ପହଂଚାଇବା ପାଇଁ ଏହି ଡ୍ରୋନ୍ କିଣାଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲେ ବି ଏଗୁଡିକ ସେହି କାମରେ ବ୍ୟବହାର ହୋଇଥିବାର ବିଶ୍ୱାସ କରାଯାଇପାରିବନାହିଁ | କାରଣ ଯେଉଁ ଡ୍ରୋନ୍ କିଣିବାର କଥା ପାକିସ୍ତାନ କହୁଛି ସେଗୁଡିକ ସେଠାରେ ପିଜା ଡେଲିଭରି ପାଇଁ ବ୍ୟବହାର ହୋଇନାହିଁ | ଆଉ ବିସ୍ଫୋରକ ପାକିସ୍ତାନ ସେନା ପକ୍ଷରୁ ଦିଆଯାଇଥିବାର ଚର୍ଚ୍ଚା ହେଉଛି |

ବଡ କଥା ଯେ ଏହି ଡ୍ରୋନ୍ ଆକ୍ରମଣ ଦ୍ୱାରା ଅଧିକ କ୍ଷତି ପହଞ୍ଚାଯିବାର ଆଶଙ୍କାକୁ ମଧ୍ୟ ଏଡାଇଯାଇପାରୁନାହିଁ | କାରଣ ପୂର୍ବରୁ ପୁଲୱାମାରେ ଯବାନଙ୍କ ଉପରେ ବିସ୍ଫୋରକ ଭର୍ତ୍ତି ଗାଡି ଦ୍ୱାରା ଯେଭଳି ଆକ୍ରମଣ କରାଯାଇଥିଲା ସେଭଳି ଆକ୍ରମଣ କରିବାର ଆବଶ୍ୟକ ଆଉ ପଡିବ ନାହିଁ | କାରଣ ଜମ୍ମୁକାଶ୍ମୀର ହାଇୱେରେ ଏମିତି ଅନେକ ପାହାଡ ଅଛି ଯେଉଁଠାରେ ଆତଙ୍କବାଦୀ ଲୁଚି ରହି ସେନା ଉପରେ ଡ୍ରୋନ୍ ମାଧ୍ୟମରେ ମଧ୍ୟ ଆକ୍ରମଣ କରିପାରିବେ |

ସମ୍ବନ୍ଧିତ ଖବର