ନିଆରା ଢଙ୍ଗରେ ପ୍ରତିବାଦ; ଶୌଚାଳୟରେ ଲାଗିବ ପାକିସ୍ତାନ ପତାକା ଥିବା ଟାଇଲ୍‌ସ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲୱାମାଠାରେ ବିସ୍ଫୋରଣରରେ ୪୦ ଯବାନ ସହିଦ ହେବା ପରେ ସାରାଦେଶରେ କ୍ରୋଧ, ଦୁଃଖ ଓ ଆକ୍ରୋଶର ମାହୋଲ। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରୁଛନ୍ତି। ପାକ୍‌ ବିରୋଧରେ ଲୋକେ ଲେଖା ମାଧ୍ୟମରେ ହେଉ କି ସୋସିଆଲ ବର୍ଷୁଛନ୍ତି। ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ପାକିସ୍ତାନଠାରୁ ପ୍ରତେଶାଧ ନେବା ପାଇଁ ପ୍ରସ୍ତୁତ ହୋଇ ଯାଉଛନ୍ତି। ଲୋକଙ୍କ ମନରେ ହୁ ହୁ ହୋଇ ଜଳୁଛି କ୍ରୋଧର ଅଗ୍ନି। ପୁଲୱାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର କଡ଼ା ଜବାବ ଦିଆଯାଉ ବୋଲି ଦେଶବ୍ୟାପୀ ଜନତା ଦାବି କରୁଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦେଶବାସୀଙ୍କ ଘୃଣା ସ୍ପଷ୍ଟ ନଜର ଆସୁଛି।

ଗୁଜରାଟର ମୋରବିରେ ବି ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଲୋକେ। ମୋରବିର ଏକ ସେରାମିକ କାରକାନାରେ ପାକିସ୍ତାନ ଜାତୀୟ ପତାକା ଯୁକ୍ତ ତଥା ପାକିସ୍ତାନ ମୁର୍ଦ୍ଦାବଦ ଲେଖାଥିବା ଟାଇଲ୍‌ସ ତିଆରି କରିବାଯାଉଛି। ଟାଇଲ୍‌ ତିଆରି ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓର କମେଣ୍ଟ ବକ୍ସରେ ଲେଖାଯାଇଛି ଏହି ପ୍ରକାର ଟାଇସଲ୍‌ସ ଜାତୀୟ ରାଜପଥରେ ଥିବା ଶୌଚାଳୟରେ ଲଗାଯିବ। ଆବଶ୍ୟକ ହେଲେ ସହରର ସମସ୍ତ ଶୌଚାଳୟରେ ଲାଗିବ ପାକିସ୍ତାନ ଜାତୀୟ ପତାକା ଯୁକ୍ତ ଟାଇଲ୍‌ସ।

ସମ୍ବନ୍ଧିତ ଖବର