ଦାନ୍ତରେ ଫିତା କାଟିଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ଏକ ସୋ ରୁମର ଉଦଘାଟନ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଉଦଘାଟନ ସମୟରେ ସେ ଫିତା କାଟିବା ପାଇଁ ଯେଉଁଭଳି ଉପାୟ ଆପଣାଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ମଜାକ ଉଡାଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।

ତେବେ ଏହି ପାକିସ୍ତାନ ମନ୍ତ୍ରୀଙ୍କ ନାମ ଫାୟାଜ ଅଲ ହାସନ। ଫାୟାଜ ପାକିସ୍ତାନ ଜେଲ ମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସରକାରଙ୍କ ମୁଖପାତ୍ର ମଧ୍ୟ ରହିଛନ୍ତି। ନିକଟରେ ତାଙ୍କୁ ଏକ ଇଲୋକଟ୍ରୋନିକ୍ସ ସୋ’ ରୁମର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଆଉ ଫାୟାଜ ବି ନିମନ୍ତ୍ରଣ ରକ୍ଷା କରି ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ତେବେ ଫିତା କାଟିବା ସମୟରେ ତାଙ୍କୁ ଯେଉଁ କଇଁଚି ଦିଆଯାଇଥିଲା ସେ ସେଥିରେ ଫିିତାକୁ କାାଟି ପାରି ନଥିଲେ । କିଛି ଉପାୟ ନପାଇ ସେ ଫିତା କାଟିବା ପାଇଁ ନିଜ ଦାନ୍ତକୁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ଏହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା।

 

ପାକିସ୍ତାନ ମନ୍ତ୍ରୀ ଫାୟାଜ ଅଲ ହାସନ ୨୦୧୯ରେ ବିବାଦକୁ ଆସିଥିଲେ। ସେ ସେହି ସମୟରେ ହିନ୍ଦୁଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ପାଇଁ ନିଜ ସୂଚନା ଓ ସଂସ୍କୃତି ମନ୍ତ୍ରୀ ପଦରୁ  ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର