ବଞ୍ଚିବା ପାଇଁ ସମୁଦ୍ର ଢେଉ ସହ ଲଢ଼େଇ କରୁଥିବା ‌ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ମାନବ ଶୃଙ୍ଖଳ ଗଢ଼ିଲେ ଲୋକେ, ଭିଡିଓ ଭାଇରାଲ୍‌

ଲଣ୍ଡନ: ବ୍ରିଟେନ୍‌ର ଏକ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ସମୁଦ୍ର ଢେଉ ସହ ସଂଘର୍ଷ କରି ବଞ୍ଚିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ କିଛି ଲୋକ ମିଶି ମାନବ ଶୃଙ୍ଖଳ ଗଢ଼ି ଉଦ୍ଧାର କରିବାରେ ଲାଗି ପଡ଼ିଥିବା ଦୃଶ୍ୟ ‌ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।  ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହି ଭିଡିଓକୁ ଅନେକ ‌ଲୋକ ସେୟାର୍‌ କରି ଚାଲିଛନ୍ତି।

ବିସିସିଆଇର ରିପୋର୍ଟ ଅନୁଯାୟୀ, ପ୍ରବଳ ପବନ ଏବଂ ପ୍ରବଳ ତରଙ୍ଗ ହେତୁ ବ୍ୟକ୍ତି ଜଣକ ସମୁଦ୍ର ପାଣିରେ ପଡ଼ି ବୁଡ଼ିବା ଅବସ୍ଥାକୁ ଆସି ଯାଇଥିଲେ। ସେ କୂଳକୁ ଆସିବାକୁ ଚେଷ୍ଟା କରି ଯେତେ ସନ୍ତରଣ କରିଥିଲେ ବି ପବନ ତାଙ୍କୁ ଓଲଟା ପଛକୁ ଠେଲି ନେଉଥିଲା।

ତେବେ, ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ତାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୨୦ ଜଣ ଲୋକ ମିଶି ଏକ ମାନବ ଶୃଙ୍ଖଳ ଗଠନ କରି ତାଙ୍କୁ ଉଦ୍ଧ‌ାର କରିଥିଲେ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ତଟରକ୍ଷୀ ବାହିନୀ ଏହି ଘଟଣା ପୂର୍ବରୁ  ଚେତାବନୀ ଦେଇ ପର୍ଯ୍ୟଟକଙ୍କୁ ସେହି ସ୍ଥାନକୁ ଯିବାକୁ ବାରଣ କରିଥିଲେ। ସେହି ସ୍ଥାନରେ ପୂର୍ବରୁ ଅନେକଙ୍କ ମୃତ୍ୟୁ ଘଟିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦୁଇମାସ ପୂର୍ବେ, କୋଡ଼ିଏ ବର୍ଷର ଜଣେ ଯୁବକ ସମୁଦ୍ର କୂଳର ପ୍ରସିଦ୍ଧ ୨୦୦ ଫୁଟଚୂନ ପଥର ନିକଟରେ ନିଖୋଜ ହେବା ପରେ ତାଙ୍କର ମୃତ ଦେହ ମିଳିଥିଲା।

ସମ୍ବନ୍ଧିତ ଖବର