ହାର୍ଲେ ଡାଭିଡ୍ସନ୍ ଗାଡ଼ି କିଣିବାକୁ ପହଞ୍ଚିଲା ଭିକାରି, ତାକୁ ଦେଖି ସୋ’ରୁମ୍ର କର୍ମଚାରୀ ହସୁଥିବା ବେଳେ କିଛି ସମୟ ପରେ ହୋଇଗଲେ ଆଶ୍ଚର୍ଯ୍ୟ
ଥାଇଲାଣ୍ଡ : କିଛି ଦିନ ପୂର୍ବରୁ ଥାଇଲଣ୍ଡରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିିଆରେ ଜଣେ ଭିକାରି ହାର୍ଲେ ଡ଼ାଭିଡ଼୍ସନ ବାଇକ୍ କିଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଯେତେବେଳେ ବ୍ୟକ୍ତିଜଣକ ହାର୍ଲେ ସୋରୁମ୍ ଭିତରକୁ ଯାଇଥିଲେ । ସୋରୁମ୍ କର୍ମଚାରୀ ବ୍ୟକ୍ତିଙ୍କୁ ଜଣେ ଭିକାରି ବୋଲି ଭାବିଥିଲେ । ସେ ଯେତେବେଳେ ଗାଡ଼ି ଦେଖାଇବାକୁ କହିଥିଲେ କର୍ମଚାରମାନେ ତାଙ୍କୁ ଗାଡ଼ି ଦେଖାଇବା ପରିବର୍ତ୍ତେ ହସିବାରେ ଲାଗିଥିଲେ । କର୍ମଚାରୀଙ୍କୁ ହସୁଥିବାର ଦେଖି ରାଗି ଯାଇଥିଲେ ଯୁବକ । ଜୋରରେ ପାଟି କରିବା ପରେ ଯୁବକ ଜଣକ ସୋ’ରୁମ୍ର ମୁଖ୍ୟଙ୍କୁ ଡ଼ାକି ଘଟଣା ବିଷୟରେ କହିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଯାହା ପରେ ସୋ’ରୁମ୍ର ମୁଖ୍ୟ ତାଙ୍କୁ କ୍ଷମା ମାଗିବା ସହ ଗାଡ଼ି ଦେଖାଇଥିଲେ । ଶେଷରେ ସେ ହାର୍ଲେର ଏକ ଗାଡ଼ି ବୁକ୍ କରିଥିଲେ, ଯାହାର ମୂଲ୍ୟ ଥିଲା ୧୨ଲକ୍ଷ ଟଙ୍କା । ଗାଡ଼ି ବାଛିବା ପରେ ନିଜ ବ୍ୟାଗ୍ ଭିତରୁ ୧୨ଲକ୍ଷ ଟଙ୍କା କାଢ଼ି ରଖିଥିଲେ ଯୁବକ ।ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କର୍ମଚାରୀ । ଭିକାରି ଭଳି ଦେଖା ଯାଉଥିବା ଲୋକଟି ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ ।