ଉଡ଼ାଣ ଭରିବା ସମୟରେ ଶୋଇ ପଡ଼ିଲେ ପାଇଲଟ, ତା’ପରେ…

ନୂଆଦିଲ୍ଲୀ: ବେଳେ ବେଳେ ଆପଣମାନେ ଟ୍ରେନ୍‌ ବା ବସ୍‌ରେ ଯାତ୍ରା କରୁଥିବା ସମୟରେ ଶୋଇ ପଡ଼ିଲେ ଆପଣଙ୍କ ଷ୍ଟେସନ ପଛରେ ରହି ଯାଇଥାଏ । ଯାହା ପାଇଁ ଆପଣଙ୍କୁ ଆଗ ଷ୍ଟେସନରେ ଓହ୍ଲାଇ ପୁଣି ପଛକୁ ଫେରିବାକୁ ପଡ଼ିଥାଏ । କିନ୍ତୁ ଯଦି ବିମାନ ଚଳାଇବା  ସମୟରେ ପାଇଲଟ ଶୋଇଯାଏ, ତା’ ହେଲେ… ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଅଷ୍ଟ୍ରେଲିଆରେ ଏଭଳି ଏକ ଘଟଣା ଘଟିଛି; ଯେଉଁଠି ବିମାନ ଚାଳକ ଉଡ଼ାଣ ମଝିରେ ଶୋଇଯିବାରୁ ବିମାନଟି ଭୁଲ ସ୍ଥାନରେ ଅବତରଣ କରିଥିବା ଜଣା ପଡ଼ିଛି ।

Times Now Hindi

ସୂଚନା ମୁତାବକ, ବିମାନ ପାଇପର ପିଏ୩୧ ତସ୍ମାନିଆର କିଙ୍ଗ ଆଇଲାଣ୍ଡରୁ ଡ଼େଓ୍ଵନପୋର୍ଟ ଯାଉଥିଲା । ଯାହାକୁ ଉଡ଼ାଉଥିଲେ ଜଣେ ପାଇଲଟ । ଉଡ଼ାଣ ଭରିବା ପରେ ପାଇଲଟଙ୍କୁ ନିଦ ଲାଗିବାରୁ ବିମାନଟି ଅଲଗା ଦିଗରେ ଚାଲି ଯାଇଥିଲା । ୫୦ କିଲୋମିଟର ଭୁଲ ଦିଗରେ ଯିବା ପରେ ପାଇଲଟଙ୍କ ନିଦ ଭାଙ୍ଗିଥିଲା । ଭୁଲ ଦିଗରେ ବିମାନଟି ଚାଲି ଯାଇଥିବାରୁ ବିମାନକୁ ତୁରନ୍ତ ଅବତରଣ କରାଯାଇଥିଲା । ଏହି ଘଟଣା ପରେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଘଟଣାକୁ ନେଇ ତଦନ୍ତ କରାଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର