ରନ୍‌େଓ୍ଵରୁ ଫେରାଇ ଅଣାଗଲା ବିମାନ, ବିପୁଳ ସ୍ୱର୍ଣ୍ଣ ସହ ବାପ ପୁଅ ଗିରଫ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜଣେ ଅଳଙ୍କାର ବିକ୍ରେତା ଏବଂ ତାଙ୍କ ପୁଅକୁ ଡାଇରେକ୍ଟର୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌ ଗିରଫ କରିଛି। ସେମାନେ ବେଆଇନ୍‌ ଭାବେ ୧୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସ୍ୱର୍ଣ୍ଣ ଅଳଙ୍କାର ନେବାକୁ ଉଦ୍ୟମ କରୁଥିଲେ। ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର ଠିକ୍‌ ପୂର୍ବରୁ ନାଟକୀୟ ଭାବେ କୋଲକାତା ବିମାନ ବନ୍ଦରରେ ଏକ ଇଣ୍ଡିଗୋ ବିମାନକୁ ରନ୍‌େଓ୍ଵରୁ ଫେରାଇ ଅଣାଯାଇ ସେ ଦୁଇ ଜଣଙ୍କୁ ଦୁଇ ଦିନ ଅଟକ ରଖାଯିବା ପରେ ଗିରଫ କରାଯାଇଛି।

ଅଳଙ୍କାର ବିକ୍ରେତା ସଞ୍ଜୟ କୁମାର ଅଗ୍ରଓ୍ଵାଲ୍‌ ତାଙ୍କ ପୁଅଙ୍କ ନାଅାଁରେ ବୁକ୍‌ କରାଯାଇଥିବା ଏକ ଟିକିଟ୍‌ ବ୍ୟବହାର କରି ବିମାନରେ ଚଢ଼ିଥିଲେ। ସେତିକିବେଳେ ତାଙ୍କ ପୁଅ ମଧ୍ୟ ଏକ ଏମିରେଟ୍‌ସ୍‌ ବିମାନ ପାଇଁ ଟିକିଟ୍‌ ବୁକ୍‌ କରି କୋଲକାତାରୁ ଦୁବାଇ ଅଭିମୁଖେ ଯିବା ପାଇଁ ଚେକ୍‌ ଇନ୍‌ କରି ସାରିଥିଲେ। ଏକ୍ସପୋର୍ଟ କନ୍‌ସାଇନ୍‌ମେଣ୍ଟ୍‌ ଥିବା ସେ ସ୍ୱର୍ଣ୍ଣ ସବୁ ବୋଧହୁଏ ତାଙ୍କ ପୁଅ ଦୁବାଇ ନେଇ ଥାଆନ୍ତେ। କିନ୍ତୁ ତାହା ଅଟକା ଯାଇଥିବା ଇଣ୍ଡିଗୋ ବିମାନରେ ଥିବା ତାଙ୍କ ବାପାଙ୍କ ଠାରୁ ଉଦ୍ଧାର କରାଗଲା। ସେ ଅଳଙ୍କାର ବିକ୍ରେତାମାନେ, ବିଶେଷକରି ରପ୍ତାନି କରିବା ନାଁ’ରେ ସୁନା ବଦଳାଇ, ଭାରତରେ ବିକ୍ରୟ କରନ୍ତି ବୋଲି କୁହାଯାଉଛି।

ପ୍ରାଥମିକ ପଚରାଉଚୁରାରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ରପ୍ତାନି ନାଁ’ରେ ପ୍ରାୟ ୧୧୦୦ କିଲୋ ଖାଣ୍ଟି ସୁନା ଅଳଙ୍କାର, ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ, ଘରୋଇ ବଜାରକୁ ଚୋରାଚାଲାଣ କରିଛନ୍ତି।

ଅଳଙ୍କାର ରପ୍ତାନି କରିବା ଉଦ୍ଦେଶ୍ୟରେ ଷ୍ଟେଟ୍‌ ଟ୍ରେଡିଙ୍ଗ୍‌ କର୍ପୋରେସନ୍‌ ଏବଂ ମେଟାଲ୍‌ସ୍‌ ଆଣ୍ଡ୍‌ ମିନେରାଲ୍‌ସନ ଟ୍ରେଡିଙ୍ଗ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆରୁ କିଣା ଯାଉଥିବା ସୁନା ବିସ୍କୁଟ୍‌ ଉପରେ ୧୦% କର ଛାଡ଼ କରାଯାଇଥାଏ।

ସମ୍ବନ୍ଧିତ ଖବର