କରତାରପୁର କରିଡରର ଉଦଘାଟନଲାଗି ସୁଲତାନପୁର ଲୋଧିରେ ଗୁରୁଦ୍ବାରରେ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କରତାରପୁର କରିଡରର ଉଦଘାଟନଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲତାନପୁର ଲୋଧିଠାରେ ପହଞ୍ଚିଛନ୍ତି। ସେଠାରେ ସେ ଗୁରୁଦ୍ବାରକୁ ଯାଇ ପ୍ରଣାମ କରିଛନ୍ତି ଏବଂ ଲୋକଙ୍କ ସହ ମିଶିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, କେନ୍ଦ୍ର ମନ୍ତ୍ରୀ ହରସିମରତ କୌର,  ହରିଆଣା ଏବଂ ପଞ୍ଜାବର ରାଜ୍ୟପାଳ ତଥା ବହୁ ବିଧାୟକ ,ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦୀ କରତାରପୁର କରିଡରକୁ ଯାତ୍ରା କରୁଛନ୍ତି।

Image result for modi sultanpur lodhi
image-live hindustan

ପ୍ରଧାନମନ୍ତ୍ରୀ ମୋଦୀ ପାସେଞ୍ଜର ଟର୍ମିନାଲ କୋଠାକୁ ଉଦଘାଟନ କରିବେ । ଏଥିରେ ଅତ୍ୟାଧୁନିକ ସୁବିଧା ରହିବ । ଏତଦ ବ୍ୟତୀତ ମୋଦୀ ଇଣ୍ଟିଗ୍ରେଟେଡ ଚେକପୋଷ୍ଟ ଉଦଘାଟନ କରିବେ । ଅନ୍ତର୍ଜାତୀୟ ସୀମାରେ ୩୦୦ ଫୁଟ ଉଚ୍ଚରେ ଏକ ତ୍ରିରଙ୍ଗା ଉଡ଼ିବ । ଏହା ପ୍ରାୟ ୫ କିଲୋମିଟର ଦୂରରୁ ଦେଖାଯିବ । ସେହିଭଳି ରାସ୍ତାର ଉଭୟ କଡ଼ରେ ୮ ହଜାର ବୃକ୍ଷରୋପଣ କରାଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର