ଇଜ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ ନ୍ୟାଫ୍‌ଟାଲି ବେନେଟ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଇଜ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନ୍ୟାଫ୍‌ଟାଲି ବେନେଟ୍‌ଙ୍କୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇ ଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ, ଆସନ୍ତାବର୍ଷ ଭାରତ ଓ ଇଜ୍ରଏଲ୍‌ କୂଟନୈତିକ ସମ୍ବନ୍ଧ ଉନ୍ନତିକରଣର ୩୦ତମ ବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ଦୁଇ ଦେଶର ରଣନୈତିକ ସହଯୋଗ ନିବିଡ଼ କରିବା ନିମନ୍ତେ ସେ ତାଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି।

ରବିବାର ଦିନ ଦୀର୍ଘ ଦିନର କାର୍ଯ୍ୟକାଳ ଶେଷ ହୋଇଥିବା ଇଜ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟହୁଙ୍କୁ ମଧ୍ୟ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

Image Courtesy of Business Line

ସେ ଲେଖିଛନ୍ତି, ଇଜ୍ରାଏଲ୍‌ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆପଣ ସଫଳତାର ସହ ଆପଣଙ୍କ ପାଳି ସମାପ୍ତ କରିଥିବାରୁ ଆପଣଙ୍କ ନେତୃତ୍ବ ଏବଂ ଭାରତ-ଇଜ୍ରାଏଲ୍‌ ରଣନୈତିକ ସହଯୋଗିତା ପ୍ରତି ଆପଣଙ୍କ ବ୍ୟକ୍ତିଗତ ଧ୍ୟାନ ନିମନ୍ତେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି।

ନେତାନ୍ୟହୁଙ୍କ ୧୨ବର୍ଷର କ୍ଷମତା ଏବଂ ଅମୀମାଂସିତ ନିର୍ବାଚନ ଯୋଗୁଁ ଏହି ଇହୁଦୀ ରାଷ୍ଟ୍ରକୁ ମାସ ମାସ ଧରି ଆବୋରି ବସିଥିବା ଅନିଶ୍ଚିତାର ଅବସାନ ଘଟାଇ ରିବବାର ଦିନ ବେନେଟ୍‌ ଇଜ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସମ୍ବନ୍ଧିତ ଖବର