ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ଆୟୋଜିତ ହୋଇଥିବା ୧୫ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଛନ୍ତି । ସେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଛନ୍ତି, ପ୍ରବାସୀ ଭାରତୀୟମାନେ ଦେଶର ବ୍ରାଣ୍ଡ ଆମ୍ବାସଡର। ଏଥିସହ ସେମାନେ ଦେଶର କ୍ଷମତା ଓ ଦକ୍ଷତାର ଉଦାହରଣ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ ବି ଦେଖିବାକୁ ମିଳିଛନ୍ତି। ଏହି ସମ୍ମିଳନୀ ଏ ବର୍ଷ ପ୍ରଥମ ଥର ପାଇଁ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି, ‘ଆପଣମାନଙ୍କ ସହଯୋଗରେ ବିତିଥିବା ଏହି ସାଢ଼େ ଚାରି ବର୍ଷରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଗଠନ କରିବାରେ ସଫଳ ହୋଇଛି। ପୂର୍ବରୁ ଲୋକେ କହୁଥିଲେ କି ଭାରତ କେବେ ବଦଳିବ ନାହିଁ। ଆମେ ଏହି ଭାବନା ବଦଳାଇବାରେ ସଫଳ ହୋଇଛେ। ପରିବର୍ତ୍ତନ ଆଣି ଆମେ ଦେଖି ସାରିଛେ।’
Varanasi: Prime Minister Narendra Modi met Prime Minister of Mauritius Pravind Kumar Jugnauth today, on the sidelines of #PravasiBharatiyaDivas. pic.twitter.com/ZZ5W6I6anA
— ANI UP (@ANINewsUP) 22 January 2019
PM Modi at Pravasi Bharatiya Diwas, Varanasi: Our Embassies&Consulates across the world are being connected with Passport Sewa Project. It will prepare a centralized system for passport related services for all. Now taking a step forward,work is on to issue chip-based e-passports pic.twitter.com/dZlNbfA3T9
— ANI UP (@ANINewsUP) 22 January 2019
ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂପର୍କରେ ଉଲ୍ଲେଖ କରି କହିଛନ୍ତି କି, ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ ଏକଥା ସ୍ୱୀକାର କରିଥିଲେ ସେ ଦିଲ୍ଲୀ ଯାଉଥିବା ୧ ଟଙ୍କାରୁ ମାତ୍ର ୧୫ ପଇସା ଗରିବଙ୍କ ପାଖରେ ପହଞ୍ଚିିଥାଏ। ଏହି ଦୁର୍ନୀତିକୁ ରୋକିବାରେ ସେ ସମର୍ଥ ହୋଇ ପାରି ନଥିଲେ। ଏବେ ସେପରି ଦୁର୍ନୀତି ନାଶ ପାଇଛି। ଏହାଛଡ଼ା ୫ ଲକ୍ଷ ୮୦ ହଜାର କୋଟି ଟଙ୍କା ସିଧାସଳଖ ଜନତାଙ୍କୁ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।