ପିଏମ୍‌ସି ବ୍ୟାଙ୍କ୍‌ ଠକେଇ: ମୁମ୍ବାଇର ଛଅଟି ସ୍ଥାନରେ ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ମୁମ୍ବାଇ: ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଜାଲିଆତି ଘଟଣାରେ ତଦନ୍ତକାରୀ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର ଦିନ ମୁମ୍ବାଇର ଛଅଟି ସ୍ଥାନରେ ଚଢ଼ାଉ କରିଛି।

ମୁମ୍ବାଇ ପୁଲିସ ଫାଇଲ୍‌ କରିଥିବା ଏଫ୍‌ଆଇଆର୍‌କୁ ଭିତ୍ତି କରି ବ୍ୟାଙ୍କ୍‌ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନ୍‌ଫୋର୍ସମେଣ୍ଟ୍‌ କେସ୍‌ ଇନ୍‌ଫର୍ମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି।

ପିଏମ୍‌ସି ବ୍ୟାଙ୍କ୍‌ ଏବଂ ସକ୍ରିୟ ନ ଥିବା ରିଆଲିଟି କମ୍ପାନି ହାଉସିଙ୍ଗ୍‌ ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିମିଟେଡ୍‌ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ ତଦନ୍ତ କରୁଥିବା ମୁମ୍ବାଇ ପୁଲିସର ଇକୋନମିକ୍ସ୍‍ ଉଇଙ୍ଗ୍‌ ଏଚ୍‌ଡିଆଇଏଲ୍‌ର ସିଇଓ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର୍‌ଙ୍କୁ ଗିରଫ କରିବାର ଦିନକ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଲାସ ଆରମ୍ଭ କରିଛି।

କମ୍ପାନି ନାମରେ ଔପଚାରିକ ଭାବେ ଋଣ ମଞ୍ଜୁର ହୋଇଥିବା ବେଳେ ଏଚ୍‌ଡିଆଇଏଲ୍‌ର ଅଧିକାରୀମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରେ ପିଏମ୍‌ସି ବ୍ୟାଙ୍କ୍‌ ୨୦୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରିଥିବା ଅଭିଯୋଗ ହୋଇଥିଲା।

ବ୍ୟାଙ୍କ୍‌ ଅଧିକାରୀଙ୍କ ବିରୋଧରେ ମଧ୍ୟ ଠକେଇ ଏବଂ ଜାଲିଆତି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର