ଚଳନ୍ତା ଗାଡି ଉପରେ ନେତାଙ୍କ ପୁଅ ମାରୁଥିଲେ ଦଣ୍ଡବୈଠକ, ପୁଲିସ କାଟିଲା ଚାଲାଣ

ଲଖନଉ: ରାଜପଥରେ ଚଳନ୍ତା ଗାଡି ଉପରେ ନେତାଙ୍କ ପୁଅ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି | ଉତ୍ତରପ୍ରଦେଶର ଫରିଦାବାଦରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ଯେଉଁଠାରେ ସମାଜବାଦୀ ପାର୍ଟିର ଜଣେ ନେତାଙ୍କ ପୁଅ ଚଳନ୍ତା ଗାଡି ଉପରେ ଦଣ୍ଡବୈଠକ କରୁଥିବାର ଭିଡିଓ ଭାଇରାଲ ପରେ ଏବେ ଚାଲାଣ କଟାଯାଇଛି | ମିଳିଥିବା ସୂଚନା ମୁତାବକ ଯେଉଁ ଚଳନ୍ତା ଗାଡ଼ିରେ ଷ୍ଟଣ୍ଟ କରାଯାଉଥିଲା ତାହା ଫିରୋଜବାଦର ଯଶରାନା ଅଂଚଳର ସମାଜବାଦୀ ପାର୍ଟି ନେତା କୃଷ୍ଣ ମୁରାରୀ ଯାଦବଙ୍କର ଥିଲା | ଗାଡିଟି ତାଙ୍କର ପୁଅ ଉଜ୍ଜ୍ୱଳ ଯାଦବ ଚଳାଉଥିବାବେଳେ ସେ ଚଳନ୍ତା ଗାଡିରେ ନିଜର ଷ୍ଟଣ୍ଟ ଦେଖାଇଥିଲେ |

ରାଜପଥ ଉପରେ ସେ ଚାଳକ ସିଟରୁ ଉଠିଆସି ଗାଡି ଉପରେ ଷ୍ଟଣ୍ଟ ଦେଖାଉଥିଲେ | ଗାଡି ନମ୍ବରରୁ ଏହାର ମାଲିକଙ୍କ ବାବଦରେ ଜଣାପଡିବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଇ-ଚାଲାଣ ପଠାଇଦିଆଯାଇଛି |

ପୁଲିସ ପକ୍ଷରୁ କୁହାଯାଇଛି ଯେ ଷ୍ଟଣ୍ଟ ଭିଡିଓ ଭାଇରାଲ ପରେ ଗାଡିଟି କାହାର ତଦନ୍ତ କରାଯାଇଥିଲା | ଆଉ ଗାଡିଟି ଜଣେ ସମାଜବାଦୀ ପାର୍ଟି ନେତାଙ୍କର ହୋଇଥିବାର ଜଣାପଡିବା ପରେ ଗାଡି ବାବଦକୁ ୨୫୦୦ ଟଙ୍କାର ଚାଲାଣ କଟାଯାଇଛି | ଆଉ ଉଭୟ ବାପା ଓ ପୁଅଙ୍କୁ ଥାନାକୁ ଆସିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର