ଚାଷୀଙ୍କ ବାଇକ ଡିକି ଖୋଲି ୬୩ ହଜାର ଟଙ୍କା ଚୋରି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଶୁକ୍ରବାର ଜଣେ ଚାଷୀଙ୍କ ବାଇକ୍‌ ଡିକି ଖୋଲି ଚୋରମାନେ ୬୩ ଜହାର ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ସିସିଟିଭିରେ କଏଦ ହୋଇଛି। କଣ୍ଟାବାଞ୍ଜି ଥାନା ପୁଲିସ ଉକ୍ତ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୁରିବାହାଲ ଥାନା ବ୍ରାହ୍ମଣୀ ଗାଁର ସନାତନ ପ୍ରଧାନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଶୁକ୍ରବାର କଂଟାବାଞ୍ଜି ବଲାଙ୍ଗୀର ରୋଡରେ ଥିବା ଏସବିଆଇ ମୁଖ୍ୟ ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ୬୩ ହଜାର ଟଙ୍କା ଉଠାଇ ତାକୁ ବାଇକ ଡିକିରେ ରଖି ଘର ଅଭିମୁଖେ ବାହାରିଥିଲେ। ବାଟରେ କଂଟାବାଞ୍ଜିର ଏକ ହୋଟେଲ ବାହାରେ ବାଇକ ରଖି ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଶ୍ରୀ ପ୍ରଧାନଙ୍କ ବାଇକ୍‌ ଡିକି ଖୋଲି ଟଙ୍କାତକ ନେଇ ଫେରାର ହୋଇଯାଇଥିଲେ। ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର