ମେହବୁବା ମୁଫତିଙ୍କ ବିରୋଧରେ ପୁଲିସ କେସ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଦିଲ୍ଲୀର ଜଣେ ଆଡ଼ଭୋକେଟ୍‌ ପୁଲିସ କେସ୍‌ କରିଛନ୍ତି। ବଲିଉଡ୍‌ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆରୟନଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ତାଙ୍କ ଉପନାମ ପାଇଁ ଟାର୍ଗେଟ୍‌ କରାଯାଇଛି। ଜମ୍ମୁ-କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମହବୁବା ମୁଫତି ଆଜି ଟ୍ବିଟରରେ ନିଜ ରାୟ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ୪ ଜଣ କୃଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଉଦାହରଣ ତିଆରି କରିବା ପରିବର୍ତ୍ତେ କେନ୍ଦ୍ରୀୟ ଏଜେନ୍ସି ଏକ ୨୩ ବର୍ଷର ଯୁବକ ପିଛା ପଡ଼ିଛି। କାରଣ ତାର ଉପନାମ ‘ଖାନ୍‌’। ମୁସଲମାନଙ୍କୁ ତୃପ୍ତ କରିବା ପାଇଁ ନ୍ୟାୟର ଉପହାସ କରାଯାଉଛି। ବିଜେପିର କୋର୍‌ ଭୋଟ୍‌ ବ୍ୟାଙ୍କକୁ ଦୁଃଖଦ ଶୁଭକାମନା। ମେହବୁବାଙ୍କୁ ଏହି ଟିପ୍ପଣୀ ପରେ ଦିଲ୍ଲୀର ଜନୈକ ଆଡ଼ଭୋକେଟ୍‌ ଏଫ୍ଆଇଆର୍‌ ଦରଜ କରିଛନ୍ତି। ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାକୁ ମେହବୁବା ଉଦ୍ୟମ କରୁଛନ୍ତି। ତାଙ୍କ ଉସ୍‌କାନିମୂଳକ ବୟାନ ଉଭୟ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର