ଆରଏସଏସକୁ ବୁଝିବା ପାଇଁ ରାହୁଲଙ୍କୁ ବହୁତ ସମୟ ଲାଗିବ: ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ) ଉପରେ ବୟାନକୁ ନେଇ ତାଙ୍କୁ ଘେରିଛି ବିଜେପି | କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଆରଏସଏସକୁ ବୁଝିବାକୁ ରାହୁଲଙ୍କୁ ସମୟ ଲାଗିବ | ଆରଏସଏସ ବିଶ୍ୱର ସବୁଠାରୁ ବଡ ଅନୁଷ୍ଠାନ ହୋଇଥିବାବେଳେ ସାମାଜିକ ଓ ମଣିଷତ୍ୱର ବିଚାରବୋଧ ଶିଖାଇଥାଏ | ଯାହାକି ରାହୁଲ କେବେ ବି ବୁଝିପାରିବେ ନାହିଁ | ଜରୁରୀକାଳୀନ ସମୟରେ କଂଗ୍ରେସ ସରକାର ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଜେଲ ପଠାଇଥିବାବେଳେ ଗଣମାଧ୍ୟମର ସ୍ୱାଧୀନତା ବି ଛଡାଇନେଇଥିଲା |

‘କର୍ଣ୍ଣେଲ୍‌ ୟୁନିଭର୍ସିଟି’ର ପ୍ରଫେସର୍‌ କୌଶିକ ବସୁଙ୍କ ସହ ‘ଭର୍ଚ୍ୟୁଆଲ୍‌’ ଆଲୋଚନା ସମୟରେ ରାହୁଲ୍‌ ଗାନ୍ଧୀ କହିଥିଲେ ଯେ, ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ (ଆର୍‌ଏସ୍‌ଏସ୍‌) ଦେଶର ସ୍ୱାଧୀନ ଅନୁଷ୍ଠାନଗୁଡ଼ିକୁ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି। ‘ବିଜେପି-ଆର୍‌ଏସ୍‌ଏସ୍‌’କୁ ସମାଲୋଚନା କରି ରାହୁଲ୍‌ ଗାନ୍ଧୀ କହିଛନ୍ତି, ବିଭିନ୍ନ ଅନୁଷ୍ଠାନରେ ସେମାନେ ନିଜ ଲୋକମାନଙ୍କୁ ଭର୍ତ୍ତି କରୁଛନ୍ତି। ଆମେ ନିର୍ବାଚନରେ ବିଜେପିକୁ ପରାସ୍ତ କଲେ ମଧ୍ୟ, ଆନୁଷ୍ଠାନିକ ବ୍ୟବସ୍ଥାରେ ଆମେ ସେମାନଙ୍କ ଲୋକମାନଙ୍କୁ ଅପସାରଣ କରୁନାହିଁ।

ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ଦେଶର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଆନୁଷ୍ଠାନିକ ସନ୍ତୁଳନକୁ ନେଇ ଆଧୁନିକ ଗଣତନ୍ତ୍ର କାର୍ଯ୍ୟ କରିଥାଏ। ଭାରତରେ ସେହି ସ୍ୱାଧୀନତା ଉପରେ ଆକ୍ରମଣ ହେଉଛି। ‘ଆର୍‌ଏସ୍‌ଏସ୍‌’ ନାମକ ବଡ଼ ଅନୁଷ୍ଠାନଟି ସମସ୍ତ ଅନୁଷ୍ଠାନର ଅଭିଭାବକତ୍ୱ କରୁଛି। କୌଣସି ଗୋଟିଏ ଅନୁଷ୍ଠାନ ଏହି ଆକ୍ରମଣରୁ ବାଦ ପଡ଼ିନାହିଁ| ସୁବ୍ୟବସ୍ଥିତଭାବେ ଆକ୍ରମଣ କରାଯାଉଛି।

ସମ୍ବନ୍ଧିତ ଖବର