ମୋଦୀଙ୍କ ସହ ମିଶୁଛି ଏହି ଅଟୋ ଚାଳକଙ୍କ ଚେହେରା, ମୋଦୀଙ୍କୁ ବଡ଼ ଭାଇ ବୋଲି କହି ପ୍ରଶଂସା କରୁଛନ୍ତି ଲୋକେ

ନୂଆଦିଲ୍ଲୀ: କ’ଣ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ଜଣେ ଅଟୋ ଚାଳକ ଅଟନ୍ତି? ଏମିତି ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି। କାରଣ ବିଜେପି-ନ୍ୟୁ-ଦିଲ୍ଲୀ ନାମରେ ଏକ ଫେସ୍‌ବୁକ୍‌ ପେଜରେ ମୋଦୀଙ୍କ ଭଳି ଅବିକଳ ଦିଶୁଥିବା ଜଣେ ବ୍ୟକ୍ତିଙ୍କ ଫଟୋ ନିକଟରେ ସେୟାର କରାଯାଇଛି। ତେବେ ଏହା ଦିଲ୍ଲୀ ବିଜେପିର ଅଧିକାରିକ ଫେସ୍‌ବୁକ୍‌ ପେଜ ନୁହେଁ।

ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଅବିକଳ ଦିଶୁଥିବା ଜଣେ ଅଟୋ ଚାଳକ ଅଟୋ ଚଳାଉଛି। ଫଟୋ ସହିତ କ୍ୟାପସନ୍‌ ବି ଦିଆଯାଇଛି, ଯେଉଁଥିରେ ଲେଖାଯାଇଛି କି, ଯାହାଙ୍କ ବଡ଼ ଭାଇ ଭାରତର ପ୍ରଧାନମନ୍ତ୍ରୀ ଅଟନ୍ତି ତାଙ୍କ ଛୋଟ ଭାଇ ଜଣେ ଅଟୋ ଚାଳକ। ଧନ୍ୟ  ଆମର ପ୍ରଧାନମନ୍ତ୍ରୀ। ଏହି ଫଟୋକୁ ଦେଖିବା ପରେ ଅନେକ କମେଣ୍ଟ ଓ ଅନେକ ଲାଇକ୍‌ ଆସିଛି।

ଭାଜପା ସମର୍ଥକ ଏହି ପେଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁରିଭୁରି ପ୍ରଶଂସା କରିବା ସହିତ ବଡ଼ ଭାଇ ମୋଦୀଙ୍କୁ ଧନ୍ୟ ଧନ୍ୟ କହୁଛନ୍ତି। ଜଣେ ବ୍ୟବହାରକାରୀ କମେଣ୍ଟ କରି କହିଛନ୍ତି, ‘ଗ୍ରେଟ ପିଏମ ଓ ଦ ଗ୍ରେଟ ପିଏମ୍‌ କେ ଭାଇ’।

ଅନ୍ୟଜଣେ ୟୁଜର ଲେଖିଛନ୍ତି, ଏମିତି ପ୍ରଧାନମନ୍ତ୍ରୀ ଦୁନିଆରେ ମିଳିବ ନାହିଁ। ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି କି, ‘ଏହା ସଚ୍ଚୋଟତାର ଚିତ୍ର, ଜୟ ହିନ୍ଦ। ଆପଣଙ୍କ ପରିଶ୍ରମକୁ ସଲାମ୍‌।ଆଉ ଜଣେ ଲେଖିଛନ୍ତି ‘ଧନ୍ୟ ଏମିତି ପରିବାର।’

ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁ କି ପ୍ରଧାନମନ୍ତ୍ରୀଙ୍କ ଭାଇ ଅଟୋ ଚାଳକ ନୁହନ୍ତି। ଫଟୋରେ ମୋଦୀଙ୍କ ଭଳି ଦିଶୁଥିବା ବ୍ୟକ୍ତି ଜଣକ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଅଟୋ ଚାଳକ, ଯାହାଙ୍କ ନାମ ଶେଖ ଆୟୁବ। ଏହି ଫଟୋ ପାଖାପାଖି ୨ବର୍ଷ ପୁରୁଣା ଅଟେ, ଯାହାକି ଖୁବ୍‌ ଭାଇରାଲ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଚାରି ଭାଇ ଅଛନ୍ତି। ଏମାନଙ୍କ ମଧ୍ୟରୁ କେହି ବି ଅଟୋ ଚଳାନ୍ତି ନାହିଁ। ସେମାନଙ୍କ ନାମ ହେଲା ସୋମଭାଇ ମୋଦୀ, ଅମରୁତ ମୋଦୀ, ପ୍ରହାଲାଦ ମୋଦୀ ଓ ପଙ୍କଜ ମୋଦୀ। ସୋମଭାଇ ବୃଦ୍ଧାଶ୍ରମ ଚଳାଇ ଥାଆନ୍ତି, ପଙ୍କଜ ଓ ଅମୃତ ମୋଦୀ ଅବସରପ୍ରାପ୍ତ। ପ୍ରହଲାଦ ମୋଦୀ ସାମାଜିକ କାର୍ଯ୍ୟ କରି ଥାଆନ୍ତି।

ସମ୍ବନ୍ଧିତ ଖବର