ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ଦଶକୋଟି ଗ୍ରାମାଞ୍ଚଳ ପରିବାର ପାଉଛନ୍ତି ପାଇପ୍ ଜଳ

ହର ଘର ଜଲ : ଗୋଆ ପ୍ରଥମ ରାଜ୍ୟ; ଦାଦ୍ରାନଗର ହାବେଳୀ, ଡାମନ ଓ ଡ୍ୟୁ ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏକ ଭିଡିଓ ବାର୍ତ୍ତା ଜରିଆରେ ଜଳ ଜୀବନ ମିସନ ଅଧୀନ ‘ହର ଘର ଜଲ’ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ଏହି ସମାରୋହ ଗୋଆରେ ଅନୁଷ୍ଠିତ ହୋଇଥିଲା । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଲେ, ଅମୃତ କାଳରେ ଦେଶ ସଫଳତା ହାସଲ କରିଥିବା ତିନିଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିମନ୍ତେ ସମସ୍ତ ଭାରତବାସୀଙ୍କ ସହ ସାମିଲ ହୋଇଥିଲେ। ପ୍ରଥମତଃ ଆଜି ଦେଶର ଦଶକୋଟି ଗ୍ରାମାଞ୍ଚଳ ପରିବାର ପାଇପ ଯୋଗେ ସ୍ୱଚ୍ଛ ଜଳ ସୁବିଧା ପାଇପାରିଛନ୍ତି। ଦ୍ୱିତୀୟତଃ ଗୋଆ ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ କରି ହର ଘର ଜଳ ଅଭିଯାନକୁ ପ୍ରମାଣିତ କରିପାରିଛି । ଏହି ଲକ୍ଷ୍ୟ ହାସଲ ଦିଗରେ ସଫଳତା ହାସଲ କରିଥିବା ଦାଦ୍ରାନଗର ହାବେଳୀ, ଡାମନ ଓ ଡ୍ୟୁ ପ୍ରଥମ କେନ୍ଦ୍ରଶାସିତ ଅଞ୍ଚଳ। ତୃତୀୟ ସଫଳତା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷ ଗ୍ରାମ ବାହ୍ୟ ମଳ ମୂତ୍ର ତ୍ୟାଗମୁକ୍ତ ହୋଇପାରିଛି।

ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ‘କ୍ୟାଚ ଦ ରେନ’ ଅଟଳ ଭୂଜଳ ଯୋଜନା, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର, ନଦୀ ସଂଯୋଗୀକରଣ ଓ ଜଳ ଜୀବନ ମିସନ ପ୍ରଭୃତିର ତାଲିକା ପ୍ରଧାନମନ୍ତ୍ରୀ ଦେଇଥିଲେ । ଭାରତରେ ରାମସାର ଆର୍ଦ୍ରଭୂମି ସ୍ଥଳୀ ୭୫କୁ ବୃଦ୍ଧି ପାଇଥିବା ବେଳେ, ସେଥିରୁ ୫୦ଟି କେବଳ ଗତ ଆଠ ବର୍ଷ ମଧ୍ୟରେ ସାମିଲ ହୋଇଥିବା ସେ ପ୍ରକାଶ କରିଥିଲେ। ମାତ୍ର ତିନି ବର୍ଷରେ ଦେଶର ସାତ କୋଟି ଗ୍ରାମୀଣ ପରିବାର ପାଇପ ଯୋଗେ ପାଣି ପାଇଥିବା ବେଳେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ତିନି କୋଟି ପରିବାର ଏହି ସୁବିଧା ପାଇଥିଲେ। ମୁଁ ତିନି ବର୍ଷ ପୂର୍ବରୁ ପ୍ରତ୍ୟେକ ପରିବାର ପାଇପ ପାଣି ପାଇବେ ବୋଲି ମୁଁ ଲାଲକିଲ୍ଲାରୁ ଘୋଷଣା କରିଥିଲି । ଏହି ଅଭିଯାନ ପାଇଁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ବୈଶ୍ୱିକ ମହାମାରୀ ସତ୍ତ୍ୱେ ଅଭିଯାନର ଗତି ଧିମେଇ ଯାଇନାହିଁ। ଏହି ନିରବିଚ୍ଛିନ୍ନ ଉଦ୍ୟମର ଫଳ ଏହା ହୋଇଛି ଯେ ଗତ ସାତ ଦଶନ୍ଧି ମଧ୍ୟରେ ଦେଶରେ ଯାହା ହୋଇପାରିନଥିଲା, ମାତ୍ର ତିନି ବର୍ଷରେ ତାହା ଦୁଇ ଗୁଣ ଅଧିକ କାର୍ଯ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ଭାବି ପିଢ଼ି ଓ ମହିଳାମାନଙ୍କ ନିମନ୍ତେ ହର ଘର ଜଲର ସୁବିଧା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଜଳଜୀବନ ମିଶନ ସଫଳତା ନିମନ୍ତେ ଚାରିଟି ସ୍ତମ୍ଭ ବିଷୟରେ ସୂଚନା ଦେଇଥିଲେ । ସେଗୁଡିକ ହେଲା ଜନସାଧାରଣଙ୍କ ଅଂଶ ଗ୍ରହଣ, ଅଂଶୀଦାରମାନଙ୍କ ଭାଗୀଦାରୀ, ରାଜନୀତିକ ଇଛା ଓ ସମ୍ବଳର ସୁବିନିଯୋଗ। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଜଳ ସମ୍ପଦର ଜିଓ ଟ୍ୟାଙ୍ଗିଂ ଜଳ ଯୋଗାଣ ଓ ଗୁଣାତ୍ମକ ନିୟନ୍ତ୍ରଣରେ ଇଣ୍ଟରନେଟର ପ୍ରୟୋଗ ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ଲୋକଶକ୍ତି, ନାରୀଶକ୍ତି, ପ୍ରଯୁକ୍ତି ବିଦ୍ୟା ଶକ୍ତି ଜନ ଜୀବନ ମିସନକୁ ଶକ୍ତି ଯୋଗାଇଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର