ଭାଇଦୁଜ ଅବସରରେ ଭାଇ ରାହୁଲଙ୍କ ସହ ଅନେକ ଫଟୋ ସେୟାର୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଭାଇଦୁଜା ଅବସରରେ ଭାଇ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଗୁଡ଼ାଏ ଫଟୋ ମିଶ୍ରିତ ଏକ କୋଲାଜ୍‌କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରେ ସେୟାର୍‌ କରିଛନ୍ତି। ଏହି ଫଟୋ କୋଲାଜକୁ ସେୟାର୍‌ କରି ଭାଇ ରାହୁଳଙ୍କ ପ୍ରତି ତାଙ୍କର ଭଲପାଇବା ବ୍ୟକ୍ତ କରିଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ପ୍ରତିବର୍ଷ ଦୀପାବଳି ପରଦିନ ପଡୁଥିବା ଭାଇଦୁଜା ପର୍ବକୁ ଭାଇ-ଭଉଣୀମାନେ ପରସ୍ପରଙ୍କ ସହ ପାଳନ କରିଥାନ୍ତି। ପ୍ରିୟଙ୍କା ତାଙ୍କର ଓ ଭାଇ ରାହୁଲଙ୍କର ସେୟାର୍‌ କରିଥିବା ଫଟୋ କୋଲାଜ ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଜେମାଆ ଇନ୍ଦିରା ଗାନ୍ଧୀ ଓ ପିତା ରାଜୀବ ଗାନ୍ଧୀ ମଧ୍ୟ ନଜର ଆସିଛନ୍ତି।

ଅନ୍ୟ ସମସ୍ତ ଭାଇ-ଭଉଣୀଙ୍କ ପରି ରାହୁଲ ଓ ପ୍ରିୟଙ୍କା ମଧ୍ୟ ପରସ୍ପରଙ୍କ ସହ ବେଶ୍‌ ଘନିଷ୍ଠ। ପ୍ରତିଟି ପ୍ରତିକୁଳ ଓ ଅନୁକୁଳ ପରିସ୍ଥିତରେ ଉଭୟ ଉଭୟଙ୍କୁ ସର୍ବଦା ସମର୍ଥନ କରୁଥିବାର ପୂର୍ବରୁ ଦେଖିବାକୁ ମିଳିଛନ୍ତି। ଏପରିକି ୨୦୧୯ ମସିହାରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କର ରାଜନୀତିରେ ପ୍ରବେଶ କରିବା କଥା ଭାଇ ରାହୁଲ ହିଁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର