ବସ୍ତି: କଂଗ୍ରେସରେ ନୂଆ କରି ଯୋଗ ଦେଇଥିବା ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଶୁଣିବାକୁ ମିଳିଛି। ଜଣେ ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ପ୍ରିୟଙ୍କାଙ୍କ ସଂପର୍କରେ ଏକ ବିବାଦୀୟ ମତ ରଖି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସାଂସଦଙ୍କ କହିବା କଥା ହେଲା ପ୍ରିୟଙ୍କା ଦିଲ୍ଲୀରେ ଜିନ୍ସ, ଟପ୍ସ ପିନ୍ଧୁଥିବା ବେଳେ ଉତ୍ତରପ୍ରଦେଶ ଆସିଲା ବେଳେ ଶାଢ଼ି ପିନ୍ଧୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଶନିବାର ଆହୁରି ବି କହିଛନ୍ତି ଯେ ‘ଯଦି ରାହୁଲ ଗାନ୍ଧୀ ବିଫଳ ତେବେ ପ୍ରିୟଙ୍କା ବି ବିଫଳ। ପ୍ରିୟଙ୍କା ଗାନ୍ଧୀ ଦିଲ୍ଳୀରେ ଥିବା ବେଳେ ଅତ୍ୟାଧୁନିକ ପୋଷାକ ଜିନ୍ସ ସହ ଟପ୍ସ ପିନ୍ଧୁଛନ୍ତି। ମାତ୍ର ବାହାରକୁ କୁଆଡ଼େ କଲେ ଶାଢ଼ି, ସିନ୍ଦୂର ଲଗାଇ ଯାଉଛନ୍ତି।’
ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଏଆଇସିସିରେ ଯୋଗ ଦେବା ପରଠାରୁ ତାଙ୍କ ସୌନ୍ଦର୍ଯ୍ୟ ଓ ପୋଷାକକୁ ନେଇ ବିଭିନ୍ନ ଥର କଥା ଉଠି ସାରିଛି। ପ୍ରିୟଙ୍କାଙ୍କର କେବଳ ସୁନ୍ଦର ମୁହଁ ବ୍ୟତୀତ କୌଣସି ପ୍ରକାର ରାଜନୈତିକ ଦକ୍ଷତା ନାହିଁ ବୋଲି ନିକଟରେ ବିଜେପିର ଜଣେ ଟାଣୁଆ ନେତା କହି ବିବାଦରେ ରହିଥିଲେ।