ପଞ୍ଜାବର ଫଳାଫଳକୁ ନେଇ ସବୁଠି ଚର୍ଚ୍ଚା, ଫଳାଫଳ ଆଗରୁ କେଜ୍ରିୱାଲଙ୍କୁ ଛୁଟିଲା ଅଭିନନ୍ଦନର ସୁଅ

ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବା ସମ୍ଭାବନା ରହିଛି । ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ (ବୁଥ୍ ବାହୁଡ଼ା ମତ) ଫଳାଫଳରୁ ଏହି ସଙ୍କେତ ମିଳିଛି। ଏବେ ବିଭିନ୍ନ ଗଣମାଧ୍ୟମ ଓ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଫଳାଫଳ ପ୍ରକାଶ ଆରମ୍ଭ ହୋଇଥିବା ବେ‌ଳେ ପଞ୍ଜାବରେ ଆଗରେ ରହିଛି ଆପ୍। ଇଣ୍ଡିଆ ଟୁଡେ ଆକ୍ସିସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆପ ପଞ୍ଜାବରେ ୭୬-୯୦ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ରିପବ୍ଲିକ୍ ଟିଭି ଓ ପି-ମାର୍କ ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟି। ଆପ ପଞ୍ଜାବରେ ୬୨-୭୦ଟି ଆସନରେ ଆଗୁଆ ରହିବ ବୋଲି ରିପବ୍ଲିକ୍ ଟିଭି ଆକଳନ କରିଛି |

ସେହିପରି ଏବିପି-ସିଭୋଟର ମଧ୍ୟ ଏକଜିଟ୍ ପୋଲରେ ପଞ୍ଜାବରେ ବହୁମତ ହାସଲ ଆମ ଆଦମୀ ପାର୍ଟି ସରକାର ଗଢ଼ିବ ବୋଲି ଆକଳନ କରିଛି | ତେବେ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କୁ କିନ୍ତୁ ଅଭିନନ୍ଦନର ସୁଅ ଛୁଟିଛି | ଆମ ଆଦମୀ ପାର୍ଟିର ପୂର୍ବତନ ନେତା ଯୋଗେନ୍ଦ୍ର ଯାଦବ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆପର ସମାଲୋଚକ ଭାବେ ଜଣାଶୁଣା ଯୋଗେନ୍ଦ୍ର ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ଏପର୍ଯ୍ୟନ୍ତ ଏକଜିଟ୍ ପୋଲରୁ ଆମେ କେବଳ ପଞ୍ଜାବ ବିଷୟରେ ଠୋସ୍ ସିଦ୍ଧାନ୍ତ ନେଇପାରିବା। ଖାଲି ସେତିକି ନୁହେଁ ଏହା ହେଉଛି ଆପ ର ଲହରୀ |

ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଓ ପଂଜାବର ଲୋକମାନଙ୍କ ଆଶାକୁ ପୂରଣ କରିବା ପାଇଁ ସେ କାମ କରିବେ | ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏକଜିଟ୍ ପୋଲକୁ ନେଇ କହିଛନ୍ତି ଯେ ବର୍ତ୍ତମାନ କେବଳ ଇଭିଏମ ହିଁ କହିବ ଯେ କଣ ହେବ ? ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ |

ସମ୍ବନ୍ଧିତ ଖବର