ଶୀଘ୍ର ନିର୍ବାଚନ ହେଉ: ଓମାର୍‌

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆଜି ୩ ବର୍ଷର ବିଜେପି- ପିଡିପି ମେଣ୍ଟ ସରକାରର ପତନ ଘଟିଥିବାରୁ ରାଜ୍ୟରେ ଯଥାଶୀଘ୍ର ନିର୍ବାଚନ ପାଇଁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଦାବି କରିଛନ୍ତି। ଓମାର କହିଛନ୍ତି ଯେ ଅନ୍ୟ କୌଣସି ଦଳ ସହ ମେଣ୍ଟ ହେବନାହିଁ କି ସରକାର ଗଠନ ପାଇଁ ଅନ୍ୟ କୌଣସି ରାଜନୈତିକ ଦଳର ନେତାଙ୍କୁ ଅନୁରୋଧ କରାଯିବ ନାହିଁ। ଓମାର ଆଜି ରାଜ୍ୟପାଳ ଏନ୍‌ଏନ୍‌ ଭୋରାଙ୍କୁ ଭେଟିଛନ୍ତି ଏବଂ ରାଜ୍ୟରେ ଏବେ କୌଣସି ଦଳ ନିକଟରେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ନଥିବାରୁ ରାଜ୍ୟପାଳ ଶାସନ ଜାରି କରିବା ନେଇ ସେ ରାଜ୍ୟପାଳଙ୍କୁ କହିଥିଲେ। ଓମାର କହିଛନ୍ତି, ଏହି ମେଣ୍ଟ ଭାଙ୍ଗିବା ଘଟଣା ପାଇଁ ସେମାନେ ଖୁସି ମନାଉନାହାନ୍ତି ଏବଂ ରାଜ୍ୟରେ ଗଣତନ୍ତ୍ରର ମୃତ୍ୟୁ ହୋଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର