ଅପରାଧିକ ମାନହାନି ମାମଲା: ରାହୁଲଙ୍କ ଜାମିନ ଆବେଦନ ମଂଜୁର

ଅହମଦାବାଦ୍‌: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା ଅଭିଯୁକ୍ତ ବୋଲି କହିଥିବା ହେତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନି ମାମଲାରେ ଆଜି ସେ ଅହମଦାବାଦ୍‌ କୋର୍ଟରେ ହାଜର ହୋଇଥିଲେ। ମାମଲାରେ ରାହୁଲ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ ଏବଂ କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ରାହୁଲଙ୍କ ଆବେଦନର ଶୁଣାଣି କରି ତାଙ୍କୁ ୧୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଂଜୁର କରିଥିଲେ। କୋର୍ଟ ଆସନ୍ତା‌ ଡିସେମ୍ବର ୭ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣା‌ଣି କରିବାପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୬ ମାସ ପୂର୍ବେ ଜବଲପୁରର ଏକ ନିର୍ବା‌ଚନୀ ରୢାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା‌ ଅଭିଯୁକ୍ତ ବୋଲି କହିଥିଲେ। ତେଣୁ ରାହୁଲଙ୍କ ବିରୋଧରେ ଏନେଇ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର