ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ଛାଡ଼, ମୋଦୀଙ୍କୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି । ବିରୋଧୀ ଦଳମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ଵିଟ କରି ଲେଖିଛନ୍ତି ଯେ ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ତ୍ୟାଗକର । ସେହିପରି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ଵାଲା ଲେଖିଛନ୍ତି ଯେ ମୋଦୀ ନାଁ ନେଇ ଯେଉଁମାନେ ଟ୍ରୋଲ କରନ୍ତି ସେମାନଙ୍କୁ ମୋଦୀ ବୁଝାଇବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏକ ନୂଆ ସୋସିଆଲ ମିଡିଆ ଜିଏବି ଡଟକମ ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛି ।
କିଛି ସମୟପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ,ଟ୍ଵିଟର, ଇନଷ୍ଟାଗ୍ରାମ,ୟୁଟ୍ୟୁବରୁ ବିଦାୟ ନେବାକୁ ବିଚାର କରୁଛନ୍ତି ।

 

ସୋସିଆଲ ମିଡିଆରେ ମୋଦୀ ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା । ଫେସବୁକରେ ତାଙ୍କର ୪୪ ନିୟୁତ ଫଲୋଅର ଓ ଟ୍ଵିଟରରେ ୫୩.୩ ନିୟୁତ ଫଲୋଅର ଅଛନ୍ତି । ସେହିପରି ଇଷ୍ଟାଗ୍ରାମରେ ତାଙ୍କର ୩୦ ନିୟୁତ ଫଲୋଅର ଅଛନ୍ତି, ଯାହାକି ବିଶ୍ୱରେ ସର୍ବାଧିକ । ତାଙ୍କ ତଳକୁ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସମ୍ବନ୍ଧିତ ଖବର