ଅନ୍ତର୍ଜାତୀୟ ଆତଙ୍କବାଦୀ ମାସୁଦ ଅଝାରକୁ ‘ମାସୁଦ ଅଝାର ଜୀ’ ସମ୍ବୋଧନ କରି ଅଡୁଆରେ ରାହୁଲ୍ !

ନୂଆଦିଲ୍ଲୀ:  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ମୋଦି ସରକାର ଓ ଏନଏସଏ ଅଜିତ ଡୋଭାଲଙ୍କୁ ସମାଲୋଚନା କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଟି ଖସିଯାଇଛି । ସେ ଅନ୍ତର୍ଜାତୀୟ ଆତଙ୍କବାଦୀ ମାସୁଦ ଅଝାରକୁ ‘ମାସୁଦ ଅଝାର ଜୀ’ ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ।

ଦିଲ୍ଲୀରେ ବୁଥ ଅଧ୍ୟକ୍ଷଙ୍କ ସମ୍ମିଳନୀକୁ ସମ୍ବୋଧନ ବେଳେ ରାହୁଲ ମାସୁଦ ଅଝାର ଜୀ କହିଛନ୍ତି ରାହୁଲ୍ । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଆକ୍ଷେପ କରିବା ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ପୁଲୱାମା ହମଲାରେ ସିଆରପିଏଫର ୪୪ ଜଣ ଯବାନ ସହିଦ ହୋଇଛନ୍ତି । ସିଆରପିଏଫ ବସ୍ ଉପରେ କିଏ ବୋମା ମାଡ କଲା, ଆତଙ୍କୀ ସଂଗଠନ ଜୈସ୍‌-ଇ-ମହମ୍ମଦ… ମାସୁଦ ଅଝାର? ଏହି ସମୟରେ ରାହୁଲ ମାସୁଦ ଅଝାରକୁ ଜୀ ବୋଲି ସମ୍ବୋଧନ କରିଥିଲେ ।

ସେହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରି ବିଜେପି ନେତା କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି କହିଛି ଏଥିରୁ ଜଣାପଡିଛି ଦେଶର ୪୪ ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀ ମାସୁଦ ଅଝାର ପ୍ରତି ରାହୁଲଙ୍କର କେତେ ସମ୍ମାନ ରହିଛି । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ୍ କରିଥିଲେ।

ସମ୍ବନ୍ଧିତ ଖବର