୩୦ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବ ରେଳବାଇ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମିତ ରୋଗୀମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଭାରତୀୟ ରେଳବାଇର ଉତ୍ପାଦନ ଏକାଂଶ ପ୍ରୟୋଗଶାଳା ଓ କ୍ଷେତ୍ରୀୟ ଏକାଂଶଗୁଡିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି ଆରମ୍ଭ କରିଛନ୍ତି । କେବଳ ଏହି ମାସରେ ଭାରତୀୟ ରେଳବାଇ ୩୦ ହଜାରରୁ ଅଧିକ ଉପକରଣ ପ୍ରସ୍ତୁତ କରୁଥିବାବେଳେ ମେ ମାସ ସୁଦ୍ଧା ୧ ଲକ୍ଷ ଉପକରଣ ତିଆରି କରିବ । ଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଏହାର ଗୁଣବତ୍ତା ପରୀକ୍ଷା କରି ସବୁଜ ସଂକେତ ଦେଇଛି ।

କୋଭିଡ-୧୯ ମହାମାରୀର ମୁକାବିଲା କରିବାେଳବାଇ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସେମାନେ ସଂକ୍ରମିତ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଛନ୍ତି । ଏଥିରୁ ନିଜକୁ ବଞ୍ଚାଇବାକୁ ହେଲେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ସୁରକ୍ଷା ପୋଷାକ ପରିଧାନ କରିବାର ଆବଶ୍ୟକତା ରହିଛି । ଏହି ପୋଷାକ ଥରେ ମାତ୍ର ବ୍ୟବହୃତ ହୋଇପାରୁଥିବାରୁ ଏହାର ବ୍ୟାପକ ଆବଶ୍ୟକତା ରହିଛି । କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବା ସଂଗେ ସଂଗେ ଏହି ସୁରକ୍ଷା କିଟ ଗୁଡିକର ମଧ୍ୟ ଆବଶ୍ୟକତା ବୃଦ୍ଧି ପାଇବ ।

ବ୍ୟକ୍ତିଗତ ସୁରକ୍ଷା ଉପକରଣର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇର ଜଗଧାରୀ ପ୍ରୟୋଗଶାଳା ଏହି ଉପକରଣର ପରିପାଟ୍ଟି ପ୍ରସ୍ତୁତ ସହ ଉତ୍ପାଦନ ଆରମ୍ଭ କରିଛି । ଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନର ଗ୍ୱାଲିୟର ୟୁନିଟ ଏହାର ନମୁନା ପରୀକ୍ଷା କରି ଏହାକୁ ସ୍ୱୀକୃତି ଦେଇଛି । ପରୀକ୍ଷାନିରୀକ୍ଷା ପରେ ଏଗୁଡିକ ଉନ୍ନତମାନର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର