ଏଲପିଜି ପରି ରେଳ ଟିକେଟ୍‌ ସବସିଡି ତ୍ୟାଗ ପାଇଁ ନିବେଦନ କରିବେ ସରକାର

ନୂଆଦିଲ୍ଲୀ : ଏଲପିଡି ସବସିଡି ତ୍ୟାଗ ପରି ରେଳ ଟିକେଟ ଉପରେ ଦିଆଯାଉଥିବା ସବସୀଡି ତ୍ୟାଗ କରିବାକୁ ଭାରତୀୟ ରେଳ ଯାତ୍ରୀମାନଙ୍କୁ ନିବେଦନ କରିବ । ଏପରି କରି ନିଜର ଆୟ ବଢାଇବାକୁ ଲକ୍ଷ୍ୟ ରଖିଛି ରେଳ ମନ୍ତ୍ରାଳୟ ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏଲପିଜି ସବସିଡି ତ୍ୟାଗ କରିବାକୁ ନିବେଦନ କରାଯାଇଥିଲା । ସରକାରଙ୍କ ଏହି ଆହ୍ଵାନକୁ ବିପୁଳ ଜନସମର୍ଥନ ମିଳିଥିଲା । ଠିକ ସେହି ଢାଞ୍ଚାରେ ରେଳ ଟିକେଟ ସବସିଡି ତ୍ୟାଗ ପାଇଁ ପରିକଳ୍ପନା ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ କରିଥିଲେ । ରେଳ ମନ୍ତ୍ରାଳୟ ଭାରତୀୟ ରେଳର ଆୟ ବଢାଇବାକୁ ଏକ ୧୦୦ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରଦାନ କରିଛି ।


ଗୋଟିଏ ଯାତ୍ରୀକୁ ବିକ୍ରି କରାଯାଉଥିବା ଟିକେଟର ୫୩ ପ୍ରତିଶତ ହିଁ ଭାରତୀୟ ରେଳ ପାଇଥାଏ । ଅବଶିଷ୍ଟ ୪୭ ପ୍ରତିଶତ ନିଅଣ୍ଟକୁ ସରକାର ଭରଣା କରନ୍ତି । ଗତ ବର୍ଷ ଭାରତୀୟ ରେଳ ଟିକେଟ ବିକ୍ରି ବାବଦରେ ପ୍ରାୟ ୫୦ ହଜାର କୋଟି ଟଙ୍କା ଆୟ କରିଥିଲା । ଏବର୍ଷ ଏହି ପରିମାଣକୁ ୫୬ ହଜାର କୋଟିକୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ପ୍ରସ୍ତାବିତ ‘ଗିଭ୍‌ ଇଟ୍‌ ଅପ’ ଅଭିଯାନ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ରେଳବାଇ । କିନ୍ତୁ ଯେଉଁମାନେ ଟିକେଟ ସବସୀଡି ପରିତ୍ୟାଗ କରିବେ ସେମାନଙ୍କ ପାଇଁ ଟିକେଟ ମୂଲ୍ୟ ପ୍ରାୟ ୪୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର