ଚିଲିରେ ବର୍ଷା ସାଙ୍ଗକୁ ଭୂସ୍ଖଳନ:୫ମୃତ,୧୫ ନିଖୋଜ

ସାଣ୍ଟିଆଗୋ: ଚିଲିରେ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଯାଇଥିବା ବେଳେ ରବିବାର ଭୂସ୍ଖଳନ ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା କାରଣରୁ ନଦୀ ଗୁଡ଼ିକରେ ବନ୍ୟା ଆସିବା ଫଳରେ ଏହି ଛୋଟ ଦେଶର ଅନେକାଂଶ ଜଳମଗ୍ନ ମଧ୍ୟ ହୋଇଯାଇଛି। ଦକ୍ଷୀଣ ଚିଲିର ଲସ୍‌ ଲାଗୋସ୍‌ରେ ହୋଇଥିବା ଏହି ଭୂସ୍ଖଳନ କାରଣରୁ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ହୋଇଯାଇଥିବା ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ସେନାକୁ ନିଯୁକ୍ତ କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କ ପାଇଁ ଅସ୍ଥାୟୀ ଗୃହ ଓ ରିଲିଫର ବନ୍ଦୋବସ୍ଥ କରାଯାଇଛି। ରାଷ୍ଟ୍ରପତି ମିଶେଲ ବାଚେଲେତ୍‌ ଏହି ଅଞ୍ଚଳରେ ଜୁରୁରୀ ପରିସ୍ଥିତି ମଧ୍ୟ ଲାଗୁ କରିଛନ୍ତି।

ସମ୍ବନ୍ଧିତ ଖବର