ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ ରାଜନାଥଙ୍କ ଆଲୋଚନା

ୱାସିଂଟନ: ଭାରତ-ଚୀନ୍‌ ସୀମା ବିବାଦ ମଧ୍ୟରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିଛନ୍ତି। ଚୀନ୍‌ ସହ ଭାରତ କଥାବାର୍ତ୍ତା ଜାରି ରଖିଛି ଏବଂ ଭାରତ ତା’ର ସୀମା ନୀତିରେ ଅଟଳ ବୋଲି ରାଜନାଥ ଆମେରିକାକୁ ଅବଗତ କରାଇଛନ୍ତି। ଏହା ସହିତ ରାଜନାଥ ଏସ୍ପରଙ୍କ ସହିତ ଅନ୍ୟ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ-ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ସହଯୋଗୀ ଏବଂ ଆଗକୁ ଦୁଇ ଦେଶ ମଧ୍ୟରେ କେତେକ ନୂଆ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବ।

ସମ୍ବନ୍ଧିତ ଖବର