ରାଣା ଆୟୁବଙ୍କ ଭାରତ ବିରୋଧୀ ବୟାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଇସଲାମିକ ପ୍ରଚାରକୁ ଅସ୍ତ୍ର କରି ବିବାଦୀୟ ବୟାନ ଦେଉଥିବା ସାମ୍ବାଦିକା ରାଣା ଆୟୁବ ପୁଣି ଥରେ ଭାରତର ହିନ୍ଦୁ-ମୁସଲିମ୍‌ଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ବିଷ ଓଗାଳିଛନ୍ତି। ଭାରତ ବିରୋଧରେ ଉତ୍ତେଜନାମୂଳକ ଟ୍ବିଟ୍ରେ ସେ ଲେଖିଛନ୍ତି- ‘ଏହି ରମଜାନରେ ଦୟାକରି ଭାରତର ୨୨୦ ନିୟୁତ ମୁସଲିମ ଜନସଂଖ୍ୟା ପାଇଁ ପ୍ରାର୍ଥନା କରନ୍ତୁ, ଯେଉଁମାନେ ସ୍ୱାଧୀନତା ପରବର୍ତ୍ତୀ ଭାରତର ଇତିହାସରେ ସବୁଠାରୁ ଖରାପ ଅବସ୍ଥାରେ ଅଛନ୍ତି ଏବଂ ଅପମାନର ସମ୍ମୁଖୀନ ହେଉଛନ୍ତି। ଆମର ଅସୁବିଧାକୁ ବିଶ୍ବ ଓ ପ୍ରଚଳିତ କୂଟନୀତି ଅଣଦେଖା କରୁଛି।’ ଏହି ଟ୍ବିଟ୍‌ ସେ ପିଏମ୍‌ଓକୁ ମଧ୍ୟ ମଧ୍ୟ ଟ୍ୟାଗ୍ କରିଛନ୍ତି।

ରାଣା ଆୟୁବ ପୂର୍ବରୁ ମଧ୍ୟ ଅନେକ ଥର ଭାରତ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହା ପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ହିନ୍ଦୁ ବିରୋଧୀ ବୟାନ ଦେଇଥିଲେ। ସେ କହିଥିଲେ ଯେ ମୁସ୍‌ଲିମ ବିରୋଧୀ ଘୃଣା ରାଜନୈତିକ ଆତଙ୍କବାଦୀଙ୍କ ଦ୍ବାରା ହେଉନାହିଁ ଏହା ବହୁମତରେ ଚାଲିଥିବା ସରକାର ଦ୍ବାରା ହେଉଛି। ଏହା ପୂର୍ବରୁ ମଧ୍ୟ ହିନ୍ଦୁ-ମୁସ୍‌ଲିମ ସଂପ୍ରଦାୟ ମଧ୍ୟରେ ତିକ୍ତତା ବଢ଼ାଇବା ନେଇ ସେ ଅନେକ ବୟାନ ଦେଇଛନ୍ତି। ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ରାଣା ଆୟୁବଙ୍କୁ ସମନ କରିଥିଲେ। ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍ ମଧ୍ୟ ଜାରି କରାଯାଇଛି। ରିଲିଫ କାମ ବାହାନାରେ ଆୟୁବ ଏନଜିଓ ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଇଡି ତଦନ୍ତ ଜାରି ରହିଛି। ଇଡି ରାଣା ଆୟୁବଙ୍କ ୧.୭ କୋଟି ଟଙ୍କାର ସମ୍ପତ୍ତି ଜବତ ମଧ୍ୟ କରିଛନ୍ତି। ଏଭଳି ସମୟରେ, ରାଣା ଆୟୁବ ଭାରତ ବିରୋଧୀ ବୟାନ ଦେଇ ପୁଣି ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧିତ ଖବର