ଘରୋଇ ଜେଟ୍‌ରେ ଋଷି ସୁନକଙ୍କ ବିଦେଶ ଯାତ୍ରା ଚର୍ଚ୍ଚାରେ, ୧୦ଦିନରୁ କମ୍‌ ସମୟରେ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ

ଳଣ୍ଡନ: ୧୦ରୁ କମ୍ ଦିନ ଭିତରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ ଘରୋଇ ଜେଟ୍ ବିମାନରେ ବିଦେଶ ଯାତ୍ରା କରି ରାଜକୋଷରୁ ୫୦୦,୦୦୦ ପାଉଣ୍ଡରୁ ଅଧିକ ଖର୍ଚ୍ଚ କରିଛନ୍ତି ବୋଲି ସରକାରୀ ତଥ୍ୟକୁ ଆଧାର କରି ଗାର୍ଡିଆନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ବିରୋଧୀମାନେ ତାଙ୍କର ଏ ପ୍ରକାର ମନମୁଖି ଖର୍ଚ୍ଚର ନିନ୍ଦା କରିଛନ୍ତି।

ଲିଡ୍‌ସ ସ୍ଥିତ ଏକ ହସ୍ପିଟାଲକୁ ଘରୋଇ ଜେଟ୍ ବିମାନରେ ସୁନକଙ୍କ ୩୦ ମିନିଟ୍‌ର ଯାତ୍ରାକୁ ବିରୋଧୀମାନେ ସମାଲୋଚନା କରିବା ପରେ ଏହି ସରକାରୀ ତଥ୍ୟ ପ୍ରକାଶ ପାଇଛି। ଲିବରାଲ ଡେମୋକ୍ରାଟମାନେ ସୁନକଙ୍କ ଗସ୍ତଖର୍ଚ୍ଚକୁ ସମାଲୋଚନା କରି କହିଛନ୍ତି ଯେ ଆର୍ଥିକ ସଂକଟଦେଇ ଗତି କରୁଥିବା ଦେଶର ଟିକସଦାତାଙ୍କ ଅର୍ଥକୁ ଏପରିଭାବେ ବରବାଦ କରିବା ଉଚିତ ନୁହେଁ। ଦଳର ଶକ୍ତି ଓ ଜଳବାୟୁ ମୁଖପାତ୍ର ୱେରା ହବହାଉସ କହିଛନ୍ତି ସୁନକ ସରକାରଙ୍କ ସବୁଜ ଭବିଷ୍ୟତର ଆହ୍ବାନ କେବଳ ଛଳନା ମାତ୍ର। ଅନ୍ୟପକ୍ଷରେ ସୁନକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗସ୍ତ ଦେଶ ପାଇଁ ଜରୁରୀ ଥିଲା।

ସମ୍ବନ୍ଧିତ ଖବର