ଇସ୍ରାଏଲରେ ରକେଟ ମାଡ଼

ନୂଆଦିଲ୍ଲୀ : ବେଂଜାବିନ ନେତାନ୍ୟାହୁ ପୁଣିଥରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଫେରିଛନ୍ତି। ‌ନେତାନ୍ୟାହୁ ଗୁରୁବାର ବିପୁଳ ଭୋଟ୍‌ରେ ବିଜୟୀ ହେବାର କିଛି ଘଣ୍ଟା ପରେ ଗାଜାରୁ ଇସ୍ରାଏଲକୁ ୪ଟି ରକେଟ୍‌ ମାଡ଼ ହୋଇଛି। ଇସ୍ରାଏଲ ସେନା ଅନୁଯାୟୀ ଆଇରନ ଡୋମ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ଦ୍ବାରା ୪ଟି ମିସାଇଲରୁ ଗୋଟିଏ ମିସାଇଲକୁ ଖସାଇ ଦିଆଯାଇଛି।

ଇସଲାମିକ ଜିହାଦ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଦାୟୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲାପିଡ଼ ବେଂଜାମିନଙ୍କଠାରୁ ପରାଜୟ ସ୍ବୀକାର କରିଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖୁବ୍‌ଶୀଘ୍ର ନେତାନ୍ୟାହୁଙ୍କ ଦଳ ଏବଂ ଅନ୍ୟ ସହଯୋଗୀ ଦଳମାନେ ମେଣ୍ଟ ସରକାର ଗଠନ କରିବେ।

ସମ୍ବନ୍ଧିତ ଖବର