ଘନେଇଲା କର୍ଣ୍ଣାଟକ ରାଜନୈତିକ ସଂକଟ, ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ରୋଶନ ବୈଗ୍‌, ବିଦ୍ରୋହୀ ବିଧାୟକ ସଂଖ୍ୟା ୧୫ରେ ପହଞ୍ଚିଲା

ବାଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । ଆଜି ନିଳମ୍ବିତ କଂଗ୍ରେସ ନେତା ରୋଶନ ବୈଗ୍‌ ବିଧାୟକଭାବେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାରେ ସେ ହେଉଛନ୍ତି ୧୫ତମ ବିଧାୟକ । ଏହା ପୂର୍ବରୁ ବିଧାନସଭା ବାଚସ୍ପତି କେଆର ରମେଶ କୁମାର ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ପୂର୍ବରୁ ସେମାନଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

କେଉଁ କାରଣ ପାଇଁ ସେମାନେ ଇସ୍ତଫା ହେଉଛନ୍ତି ବ୍ୟକ୍ତିଗତଭାବେ ସାକ୍ଷାତ କରି ତାହାର କାରଣ ଦର୍ଶାଇବାକୁ ସେ ବିଧାୟକମାନଙ୍କୁ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା କହିଛନ୍ତି ଯେ ଏହି ସଂକଟ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ରହିଛନ୍ତି । ଇସ୍ତଫାଦେଇଥିବା ବିଧାୟକମାନଙ୍କୁ ଭବିଷ୍ୟତରେ ନିର୍ବାଚନ ଲଢିବାକୁ ନିଷିଦ୍ଧ କରିବାକୁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆସନ୍ତା କାଲି ରାଜ୍ୟପାଳଙ୍କୁ ଭେଟି ସ୍ଥିତିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର