ଋଷିଆରେ ମଣିଷଙ୍କ ଦେହରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭୂତାଣୁ

ନୂଆଦିଲ୍ଲୀ: କିଛି ଦିନ ତଳେ ଦେଶରେ ହଠାତ୍ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ସରକାର ଚିନ୍ତାରେ ପଡ଼ିଥିଲେ। କୁକୁଡ଼ା ମାଂସ ଖାଇବାକୁ ବାରଣ କରାଯିବା ସହ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏବେ ଭାରତରେ ବାର୍ଡ ଫ୍ଲୁ ଭୂତାଣୁର ସେତେଟା ପ୍ରଭାବ ଦେଖିବାକୁ ମିଳୁନଥିବା ବେଳେ ଋଷିଆରେ ମଣିଷଙ୍କ ମଧ୍ୟରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ବ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ମଣିଷଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Poultry farmers
newindianexpress

ଋଷିଆର ଅନୁସନ୍ଧାନ କେନ୍ଦ୍ର ଭେକ୍ଟରର ବୈଜ୍ଞାନିକମାନେ ବାର୍ଡ ଫ୍ଲୁ ଭୂତାଣୁ ଏଚ୫ଏନ୮ ଷ୍ଟ୍ରେନ୍ ମଣିଷକୁ ସଂକ୍ରମିତ କରିଥିବା ନିଶ୍ଚିତ କରିଛନ୍ତି। ରୋସପୋଟ୍ରେବନାଡଜୋରର ଭେକ୍ଟର ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଉପରେ ମୁଁ ଘୋଷଣା କରିବାକୁ ଚାହୁଁଛି। ଋଷିଆ ଫେଡେରେଶନରେ ଏଭିଆନ୍ ଇନଫ୍ଲୁଏନଜା ଭୂତାଣୁର ଏଚ୫ଏନ୮ ଷ୍ଟ୍ରେନ୍ ମଣିଷକୁ ଆକ୍ରାନ୍ତ କରୁଥିବାର ପ୍ରଥମ ମାମଲା ଲାବୋରେଟୋରୀରେ ନିଶ୍ଚିତ କରାଯାଇଛି। ଗତ ଡିସେମ୍ବରରେ ଦକ୍ଷିର ଋଷିଆରେ ଥିବା ଏକ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଆମେ ସେଠାରେ କାମ କରୁଥିବା ୭ଜଣ କର୍ମଚାରୀଙ୍କୁ ନେଇ ପରୀକ୍ଷା କରିଥିଲୁ। ପରୀକ୍ଷା ପରେ ସେମାନଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଏଚ୫ଏନ୮ ଷ୍ଟ୍ରେନ୍ ଚିହ୍ନଟ କରାଯାଇଥିଲା। ସେମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବା ବେଳେ ଏବେ ସେମାନେ ସୁସ୍ଥ ଥିବା ରୋଷ୍ଟପୋଟ୍ରେବନାଡଜୋର ଗ୍ରାହକ ଅଧିକାର ସୁରକ୍ଷା ୱାଚଡଗ୍ ର ମୁଖ୍ୟ ଅନ୍ନା ପୋପୋଭା କହିଛନ୍ତି।

ସମ୍ବନ୍ଧିତ ଖବର