‘ମୋଦୀ-ଶାହ ଯୋଡ଼ି ହେଉଛନ୍ତି କୃଷ୍ଣ-ଅର୍ଜୁନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ପ୍ରଶଂସାରେ ପୋତି ପକାଇଛନ୍ତି ତାମିଲନାଡ଼ୁର ଖ୍ୟାତନାମା ଅଭିନେତାରୁ ରାଜନେତା ବନିଥିବା ରଜନିକାନ୍ତ। ମିସନ କଶ୍ମୀର ପ୍ରସଙ୍ଗରେ ରଜନିକାନ୍ତ ଗୃହମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ସେମାନଙ୍କୁ ମହାଭାରତର କୃଷ୍ଣ-ଅର୍ଜୁନ ଯୋଡ଼ି ଭାବେ ବର୍ଣ୍ଣନା କରିଛନ୍ତି। ଚେନ୍ନାଇଠାରେ ଉପରା‌ଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁଙ୍କ ୨ ବର୍ଷର କାର୍ଯ୍ୟକାଳକୁ ନେଇ ପ୍ରସ୍ତୁତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦବୋଧନ ଦେଇ ମିସନ କଶ୍ମୀର ସହିତ ସଂସଦରେ ଅମିତ ଶାହ ଯେଉଁ ଭାଷଣ ଦେଇଥିଲେ ତାହାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ମୋଦୀ-ଶାହ ଯୋଡ଼ିକୁ କୃଷ୍ଣ-ଅର୍ଜୁନ ସହିତ ତୁଳନା କରିଥିଲେ ମଧ୍ୟ ରଜନିକାନ୍ତ ଏହି ଅବସରରେ ଏକ ତେରଛା ବାଣ ମାରିବାକୁ ଭୁଲି ନଥିଲେ। ମୋଦୀ ଓ ଶାହଙ୍କ ମଧ୍ୟରୁ କିଏ କୃଷ୍ଣ ଏବଂ କିଏ ଅର୍ଜୁନ ତାହା ସେ ଜାଣନ୍ତି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର