ଫେମ୍‌ ଇଣ୍ତିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ : ୫୫୯୫ ଇଲେକ୍ଟ୍ରିକ ବସ୍‌ ଚଳାଚଳକୁ ମଞ୍ଜୁରି

ଭୁବନେଶ୍ବରକୁ ମିଳିବ ୫୦ଟି ବସ୍‌, ସ˚ଚୟ ହେବ୧୨୦ କୋଟି ଲିଟର ଇନ୍ଧନ

ନୂଆଦିଲ୍ଲୀ : ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ତିଆ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟରେ ସହର ଭିତରେଏବଂ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସ୍‌କୁ ଅନୁମୋଦନ କରାଯାଇଛି। ୬୪ଟି ସହର, ରାଜ୍ୟସରକାରୀ ସ˚ସ୍ଥା ଏବ˚ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସ୍‌ଗୁଡ଼ିକୁ ମଞ୍ଜୁରୀ ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ବଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା। ଏହି ଯୋଜନା ଅଧୀନରେ କ୍ୟାପିଟାଲ ଓ ସ୍ମାର୍ଟସିଟି ବର୍ଗରେ ଭୁବନେଶ୍ବରକୁ ୫୦ଟି ବସ୍‌ ମିଳିଛି।

ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସ˚ଖ୍ୟା ଥିବା ସହର, ସ୍ମାର୍ଟସିଟି, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ରାଜଧାନୀ ଏବ˚ ସ୍ବତନ୍ତ୍ର ପାହ୍ୟାବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଆମନ୍ତ୍ରଣ କରାଯାଇଥିଲା। ଯାହାଦ୍ବାରା ପରିଚାଳନା ବ୍ୟୟ ଅଧାରରେ ଇଲେକ୍ଟ୍ରିକ ବସ୍‌ ଚଳାଚଳ କିମ୍ବା ଉପଯୋଗ ଲାଗି ସେମାନେ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ୧୪,୯୮୮ ଇଲେକ୍ଟ୍ରିକ ବସ୍‌ ଚଳାଚଳ କିମ୍ବା ଉପଯୋଗ ଲାଗି ୨୬ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ୮୬ଟି ପ୍ରସ୍ତାବ ମିଳିଥିଲା। ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଏବ˚ ମଞ୍ଜୁରୀ ସମିତି ପିଆଇଏସିଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହାପରେ ଗୋଟିଏ ସହରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚଳାଚଳ କରିବା ଉଦ୍ଦେଶ୍ୟରେ ୬୪ଟି ସହର/ରାଜ୍ୟ ପରିବହନ ନିଗମ ଲାଗି ୫୦୯୫ଟି ଇଲେକ୍ଟ୍ରିକ ବସ୍‌, ଗୋଟିଏ ସହର ଭିତରେ ଚଳାଚଳ ଲାଗି ୪୦୦ଟି ଇଲେକ୍ଟ୍ରିକ ବସ ଏବ˚ ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ ଯୋଗାଯୋଗ ନିମେନ୍ତ ଦିଲ୍ଲୀ ମେଟ୍ରୋରେ, ନିଗମ (ଡିଏମଆରସି) ଲାଗି ୧୦୦ଟି ଇଲେକ୍ଟ୍ରିକ ବସକୁ ମଞ୍ଜୁରୀ ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ଚୁକ୍ତି ଅବଧି ସମୟରେ ପାଖାପାଖି ୧୨୦ କୋଟିଲିଟର ଇନ୍ଧନ ସ˚ଚୟ କରିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ୨.୬ ମିଲିୟନ ଟନ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର