ଜେଲରେ ନୱାବ ମଲିକଙ୍କ ପଡ଼ୋଶୀ ହେବେ ସଞ୍ଜୟ ରାଉତ: କିରିଟ ସୋମାୟା

ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ରବିବାର ସକାଳେ ମୁମ୍ବାଇସ୍ଥିତ ସଞ୍ଜୟ ରାଉତଙ୍କ ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ଏହି ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। ତାଙ୍କୁ ଅଟକ ରଖିବା ପୂର୍ବରୁ ଇଡି ଦୁଇଥର ସଞ୍ଜୟଙ୍କୁ ପଚରାଉଚରା ପାଇଁ ଡକାଇଥିଲେ ବି ରାଉତ ଥରେ ବି ହାଜର ହୋଇନଥିଲେ। ତେବେ ସଞ୍ଜୟ ରାଉତଙ୍କୁ ଇଡି ଅଟକ ରଖିବା ପରେ ମହାରାଷ୍ଟ୍ର ପାଇଁ ଥିବା ବିଜେପିର ଉପାଧ୍ୟକ୍ଷ କିରିଟ ସୋମୟା ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି।

କିରିଟ ସୋମାୟା କହିଛନ୍ତି, “ମାଫିଆ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ପରେ ବର୍ତ୍ତମାନ ମାଫିଆ ନେତା ସଞ୍ଜୟ ରାଉତ ପୁଲିସ ହେପାଜତରେ ଅଛନ୍ତି। ମୁମ୍ବାଇର ପତ୍ରା ‘ଚଲ୍‌’ର ୧୨୦୦କୋଟି ସ୍କାମ, ବସଇନାୟ ଗ୍ରାମ ୨୦୦୦କୋଟି ସ୍କାମ, ଆଲିବାଗରେ ଜମି, ଦାଦର ମୁମ୍ବାଇରେ ଫ୍ଲାଟ, ବିଦେଶର ରହଣୀ, ଦୁବାଇରେ ସେ କାହା ସହ ଦେଖା ହୋଇଥିଲେ, ଯେତେବେଳେ ଏହି ସବୁ ଜିନିଷ ବାହାରକୁ ଆସିବ, ମୁଁ ନିଶ୍ଚିତ ଯେ ସଞ୍ଜୟ ରାଉତ ଆର୍ଥର ରୋଡ ଜେଲରେ ନବାବ ମଲିକଙ୍କ ପଡ଼ୋଶୀ ହେବାର ଗୌରବ ପାଇବେ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍‌ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ଏବେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର