ସାଉଦି ଆରବରେ କ୍ଷମତା ଦଖଲ ଷଡ଼ଯନ୍ତ୍ର, ରାଜ ପରିବାରର ୩ ସଦସ୍ୟ ଗିରଫ

ରିୟାଦ: ସାଉଦି ଆରବ ରାଜ ପରିବାରର ୩ ଜଣ ସଦସ୍ୟ ଦେଶରେ କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସାଉଦି ରୟାଲ ଗାର୍ଡ କିଙ୍ଗ୍‌ ସଲ୍‌ମାନଙ୍କ ଭାଇ ପ୍ରିନ୍ସ ଅହମ୍ମଦ ବିନ୍‌ ଅବ୍‌ଦୁଲ ଅଜିଜ୍‌, ପୁତୁରା ପ୍ରିନ୍ସ ମହମ୍ମଦ ବିନ୍‌ ନାଏକଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ନିର୍ଦ୍ଦେଶରେ ଏହି ଗିରଫଦାରୀ ହୋଇଛି। ସଲ୍‌ମାନ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରୁଥିବାରୁ ରାଜ ପରିବାରରେ କଳହ ଚରମ ସୀମାରେ ପହଞ୍ଚିଛି। ଅନ୍ୟପକ୍ଷରେ ଗିରଫଦାରୀ ନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସାଉଦି ରାଜ ପରିବାର ପକ୍ଷରୁ ଏ ନେଇ କୌଣସି ବିବୃତି ଆସିନାହିଁ।

ସମ୍ବନ୍ଧିତ ଖବର