ଡାକ୍ତର ଦମ୍ପତିଙ୍କୁ ସୁପ୍ରିମକୋର୍ଟ ନୋଟିସ

ଆରୁଷି ହେମରାଜ ହତ୍ୟା ମାମଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟା ମାମଲାରେ ଦୋଷମୁକ୍ତ ହୋଇଥିବା ଆରୁଷିଙ୍କ ପିତାମାତା ତଥା ଡାକ୍ତର ତଲଓ୍ଵାର ଦମ୍ପତିଙ୍କୁ ଆଜି ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ହେମରାଜଙ୍କ ପତ୍ନୀ ଖୁମ୍‌କାଲା ବଞ୍ଜାଡ଼େଙ୍କ ଦାଏର କରିଥିବା ଏକ ଆବେଦନ ଗ୍ରହଣ କରି ଆଜି ସୁପ୍ରିମକୋର୍ଟର ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଡାକ୍ତର ରାଜେଶ ତଲଓ୍ଵାର ଏବଂ ତାଙ୍କ ପତ୍ନୀ ନୂପୁର ତଲଓ୍ଵାରଙ୍କୁ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ ନଭେମ୍ବର ୨୬ରେ ଉତ୍ତରପ୍ରଦେଶ ଗାଜିଆବାଦ୍‌ର ଏକ ସିବିଆଇ କୋର୍ଟ ଡାକ୍ତର ଦମ୍ପତିଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ସେମାନେ ଗାଜିଆବାଦ୍‌ର ଦାସ୍‌ନା ଜେଲ୍‌ରେ ବନ୍ଦୀ ଜୀବନ କାଟୁୁଥିଲେ। ତେବେ ଗତବର୍ଷ ଅକ୍ଟୋବର ୧୨ରେ ଆହ୍ଲାବାଦ୍‌ ହାଇକୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଦାଲତଙ୍କ ଏହି ରାୟକୁ ବିରୋଧ କରି ବଞ୍ଜାଡ଼େ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର