ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ଗିରଫଦାରି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୯ଲୋକସଭା ନିର୍ବାଚନରେ ହିଂସା ମାମଲାରେ ସଂପୃକ୍ତି ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଭାରତୀ ଘୋଷଙ୍କ ଗିରଫଦାରି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଘୋଷ ରାଜ୍ୟର ଡେର୍ବା ନିର୍ବାଚନମଣ୍ଡଳୀରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହୁମାୟୁନ କବୀରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜଷ୍ଟିସ ଅଶୋକ ଭୂଷଣ, ଏସ ଅବଦୁଲ ନାଜିର ଏବଂ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲାରେ ଘୋଷଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ। ଦୁଇ ମାସ ପରେ ଏହି ମାମଲାର ଅଧିକ ଶୁଣାଣି ହେବ।

Supreme Court of India. Credit: Getty Images
deccanherald

ଶୁଣାଣି ସମୟରେ ଘୋଷଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ନୀରଜ କିଶାନ କୌଲ କହିଥିଲେ ଯେ ପୂର୍ବତନ ଆଇପିଏସ ଅଧିକାରୀ ଭାରତୀ ଘୋଷଙ୍କୁ ରାଜ୍ୟ ସରକାର ହଇରାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କ ବିରୋଧରେ ପଞ୍ଜୀକୃତ ଏଫ୍ଆଇଆର୍ ଏବଂ ଚାର୍ଜସିଟ୍ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ରାଜ୍ୟ ସରକାର ତାଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ଏବଂ ବିଧାନସଭା ନିର୍ବାଚନ ସମୟରେ ସରକାର ‌କୌଣସି ପୁରୁଣା ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି।

ତେବେ ଦୁଇ ପକ୍ଷର କଥା ଶୁଣିବା ପରେ ସୁପ୍ରିମକୋର୍ଟ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଭାରତୀ ଘୋଷଙ୍କ ଗିରଫଦାରି ଉପରେ ରୋକ ଲଗାଇଛନ୍ତି। ଏହା ସହ ତାଙ୍କୁ ନାମାଙ୍କନ ପତ୍ର ଦାଖଲ ସହ ନିର୍ବାଚନ ପ୍ରଚାର ପାଇଁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର