ଜେଏନ୍‌ୟୁରେ ପୁଣି ଉତ୍ତେଜନା: ଦାବିପତ୍ର ପ୍ରଦାନ ପାଇଁ ରାଇସିନା ହିଲ୍‌କୁ ଯିବା ବାଟରେ ଛାତ୍ରଛାତ୍ରୀଙ୍କୁ ଅଟକାଇଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଆଜି (ଗୁରୁବାର) ସନ୍ଧ୍ୟାରେ ପୁଣିଥରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଜେଏନ୍‌ୟୁର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନିଜର ଦାବିପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେବା ଉଦ୍ଦେଶ୍ୟରେ ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରି ଥିବା ବେଳେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ମଝି ବାଟରେ ଅଟକାଇବା ପରେ ଜେଏନ୍‌ୟୁର ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ ମଧ୍ୟରେ ଏପରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଜେଏନ୍‌ୟୁରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜେଏନ୍‌ୟୁର କୁଳପତିଙ୍କ ହାତଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ତୁରନ୍ତ ତାଙ୍କର ବଦଳି ଦାବି କରିଛନ୍ତି। ହେଲେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜେଏନ୍‌ୟୁର କୁଳପତିଙ୍କର ଅନ୍ୟତ୍ର ବଦଳି କରିବାକୁ ସଂପୂର୍ଣ୍ଣ ନାରାଜ।

ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କାର୍ଯ୍ୟାଳୟରେ ମନ୍ତ୍ରାଳୟ କର୍ମକର୍ତ୍ତା ଓ ଜେଏନ୍‌ୟୁର ଛାତ୍ରସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଏ ବାବଦରେ ଏକାଧିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। କିନ୍ତୁ, ଜେଏନ୍‌ୟୁର ଛାତ୍ରସଂଘ କର୍ମକର୍ତ୍ତାଙ୍କ ଦାବୀକୁ କେନ୍ଦ୍ର ସରକାର କିମ୍ବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟନିଜ ଜିଦ୍‌ଥରେ ଅଟଳ ରହି ଛାତ୍ରଛାତ୍ରୀମାନଙ୍କର ଏ ଦାବୀକୁ ବାରମ୍ବାର ପ୍ରତ୍ୟାଖାନ କରିଥିଲେ।

ଶେଷରେ ଅନୋନ୍ୟପାୟ ହୋଇ, ଜେଏନ୍‌ୟୁର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନିଜର ଦାବିପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେବା ଉଦ୍ଦେଶ୍ୟରେ ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରି ଥିବା ବେଳେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ମଝି ବାଟରେ ଅଟକାଇବା ପରେ ଜେଏନ୍‌ୟୁର ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ ମଧ୍ୟରେ ଏପରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏବଂ ଏହାକୁ କେନ୍ଦ୍ରକର ଜେଏନ୍‌ୟୁ ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ୍‌ ପୁଣିଥରେ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି ।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି

ସମ୍ବନ୍ଧିତ ଖବର