୭୨ ପ୍ରତିଶତ ଭାରତୀୟ-ଆମେରିକୀୟ ବାଇଡେନ୍‌ଙ୍କୁ ଭୋଟ ଦେବାକୁ ଚାହାନ୍ତି: ସର୍ଭେ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ହେବାକୁ ଥିବାବେଳେ ଟ୍ରମ୍ପ୍‌-ବାଇଡେନ୍‌ଙ୍କ ମଧ୍ୟରେ ଲଢ଼େଇ ତୀବ୍ର ‌ହେବାରେ ଲାଗିଛି। ୭୨ ପ୍ରତିଶତ ଭାରତୀୟ-ଆମେରିକୀୟ ଭୋଟର୍‌ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କୁ ଭୋଟ୍‌ ଦେବାକୁ ଚିନ୍ତା କରୁଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ‘ଇଣ୍ଡିଆନ୍‌ ଆମେରିକାନ୍‌ ଆଟିଚ୍ୟୁଡ୍‌ ସର୍ଭେ’ (ଆଇଏଏଏସ୍‌) ରିପୋର୍ଟରୁ ଜଣାପଡ଼ିଛି ୨୨ ପ୍ରତିଶତ ଭାରତୀୟ-ଆମେରିକୀୟ ଭୋଟର ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭୋଟ ଦେବାକୁ ଚାହାନ୍ତି। ପ୍ରାୟ ୧ ହଜାର ଭୋଟରଙ୍କୁ ନେଇ ଏକ ଅନ୍‌ଲାଇନ୍‌ ସର୍ଭେ ହୋଇଥିଲା।

ସମ୍ବନ୍ଧିତ ଖବର