ନୂଆ ସଂସଦ ଭବନର ଭିଡିଓ ସେୟାର୍‌ କରି ଏଭଳି ଭାବେ ବର୍ଣ୍ଣନା କଲେ ବିଗ୍‌ ବି, କିଙ୍ଗ୍‌ ଖାନ୍‌ ଓ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଦେଶକୁ ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ବୈଦିକ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ନୂଆ ଭବନର ଲୋକସଭା ଚାମ୍ବରରେ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ ସ୍ଥାପନ ସହ ଭବନର ଉଦ୍‌ଘାଟନ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଓ ଉଦ୍‌ଘାଟନ ପର୍ବ ସଂପନ୍ନ ହୋଇଛି।

 

ତେବେ ଏହି ସଂସଦ ଭବନକୁ ନେଇ ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ଖୁସି ବ୍ୟକ୍ତ କରିଛନ୍ତି। ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଏକ ବ୍ଲଗ୍‌ ପୋଷ୍ଟ୍‌ ମାଧ୍ୟମରେ ୨୭ ତାରିଖ ସଂଧ୍ୟାରେ ଲେଖିଥି‌ଲେ କି ‘ଦେଶର ନୂଆ ସଂସଦ ଭବନ ଖୋଲିବାକୁ ଯାଉଛି। ପୂର୍ବତନ ସାଂସଦ ହୋଇଥିବାରୁ ମୁଁ ଏହି ବିଶେଷ ମୁହୂର୍ତ୍ତରେ ଶୁଭକାମନା ଦେଉଛି। ମୁଁ ଏବେ ଏହି ସଂସଦ ଭବନ ଓ ଏହାର ଆକାର ବିଷୟରେ ଜାଣିବାକୁ ଉତ୍ସୁକ। ଏହାସହ ଏକଥା ବି ଜାଣିବାକୁୁ ଚାହୁଁଛି ଯେ ଏହି ନୂଆ ଭବନର ଧର୍ମଶାସ୍ତ୍ରୀୟ, ପୌରାଣିକ, ଜ୍ୟୋତିଷୀୟ ଅର୍ଥ କ’ଣ?’

 

ସେହିପରି ବଲିଉଡ୍‌ ଷ୍ଟାର୍‌ ଅକ୍ଷୟ କୁମାର, ଅନୁପମ୍‌ ଖେର୍‌, କମଲ ହାସନ, ତେଲୁଗୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଆଦି ନୂଆ ସଂସଦ ଭବନର ଭିଡିଓ ସେୟାର୍‌ କରି ଏ ସଂପର୍କରେ ନିଜର ମତ ରଖିଛନ୍ତି। ସଂସଦ ଭବନର ଆକାର ସହ ଏହାର ମହତ୍ବକୁ ଅଭିନେତାମାନେ ବେଶ୍‌ ଭଲ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ଅଭିନେତାମାନେ ସେୟାର୍‌ କରିଥିବା ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର