ଶରଦ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ସପକ୍ଷରେ ବାହାରିଲେ ଉପେନ୍ଦ୍ର କୁଶବାହ, ସମର୍ଥନ କଲେ ଅନ୍ୟ ସହଯୋଗୀ ଦଳ

କଂଗ୍ରେସ ଓ ଆରଜେଡି ଖପ୍ପା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ମହାମେଣ୍ଟର କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାକୁ ନେଇ କନ୍ଦଳ ଆରମ୍ଭ ହୋଇଗଲାଣି। ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟକୁ କଡ଼ା ଟକ୍କର ଦେବା ଲାଗି କେବଳ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସକ୍ଷମ ବୋଲି ମହାମେଣ୍ଟର ଅନ୍ୟତମ ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହ କହିବା ପରେ ଏହା ତୀବ୍ର ବିବାଦର ରୂପ ଧାରଣ କରିଛି।
କୁଶବାହ ପୂର୍ବତନ ଜେଡିୟୁ ନେତା ଶରଦ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଓକିଲାତି ଆରମ୍ଭ କରିଛନ୍ତି । କୁଶବାହଙ୍କ ଏହି ଯୁକ୍ତିକୁ ସମର୍ଥନ କରିଛି ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା । ଗତକାଲି ପାଟନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟର ସହଯାଗୀ ଦଳମାନଙଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜୀତନରାମ ମାଞ୍ଝି, ଉପେନ୍ଦ୍ର କୁଶବାହ ଓ ମୁକେଶ ସାହନି ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ସେନେଇ ଆଲୋଚନା କରିଥିଲେ। ଏହି ବୈଠକରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହ ଶରଦ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା କରାଗଲେ ବିଜୟ ସହଜସାଧ୍ୟ ହେବ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ଉପସ୍ଥିତ ଥିବା ସବୁ ନେତା ସମର୍ଥନ କରିଥିଲେ।

image source-ndtv

ତେବେ ଏହି କଥା ପ୍ରଚାରିତ ହେବା ପରେ ମହାମେଣ୍ଟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ଆରଜେଡି ପକ୍ଷରୁ ଏନେଇ ଆପତ୍ତି ଉଠାଯାଇଛି। କାରଣ ଆଗରୁ କଂଗ୍ରେସ ମୀରା କୁମାର ଏବଂ ଆରଜେଡି ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର