ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: କଂଗ୍ରେସ ନେତା ଶଶି ଥରୁରଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରରୁଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଆଜି ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି, ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି ।

Shashi Tharoor, Sunanda Pushkar
indiatoday.in

ଉଲ୍ଲେଖଯୋଗ୍ୟ, ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ ଜାନୁଆରି ୧୭ ତାରିଖରେ ଏକ ବଡ଼ ହୋଟେଲରେ ହୋଇଥିଲା । ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି, ତାଙ୍କ ସ୍ୱାମୀ ଶଶି ଥରୁରଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି । ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ ଶଶି ଥରୁରଙ୍କ ନାମରେ ଧାରା ୩୦୭,୪୯୮ (ଏ) ରେ ମାମଲା ରୁଜୁ କରିଥିଲା । ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଓ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିବା ଭଳି ଅଭିଯୋଗ ଦାଖଲ କରିଥିଲା ଦିଲ୍ଲୀ ପୁଲିସ। ଏହି  ମାମଲାରେ ପାକିସ୍ତାନୀ ସାମ୍ବାଦିକା ମେହର ତରାଙ୍କ ନାମ ବି ଆସିଥିଲା ।

ସମ୍ବନ୍ଧିତ ଖବର