କୋର୍ଟଙ୍କ ଦ୍ବାରସ୍ଥ ହେଲେ ଶଶିକଳା, ଏଆଇଏଡିଏମ୍‌କେ ସଭାପତି ପଦ ଦାବି କଲେ

ଚେନ୍ନାଇ: ବହିଷ୍କୃତ ଏଆଇଏଡିଏମ୍‌କେ ମୁଖ୍ୟ ଭି କେ ଶଶିକଳା ଗତ ମାସରେ ଜେଲ୍‌ରୁ ମୁକୁଳିବାପରେ ତାଙ୍କ ପଦବି ଫେରି ପାଇବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନର କିଛି ମାସ ପୂର୍ବରୁ ଶଶିକଳା ଶାସକ ଦଳରେ ତାଙ୍କ ପୂର୍ବ ପଦବି ଫେରି ପାଇବାପାଇଁ ଦାବି କରିଛନ୍ତି। ଏଆଇଏଡିଏମ୍‌କେର ଶୀର୍ଷ ପଦବି ଦାବି କରି ଶଶିକଳା ଆଜି ଚେନ୍ନାଇ କୋର୍ଟରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ (ଇପିଏସ୍‌) ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିର୍‌ସେଲଭମ୍‌ଙ୍କ (ଓପିଏସ୍‌)ଙ୍କ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି। ଶଶିକଳାଙ୍କୁ ସାଧାରଣ ସଚିବ ପଦରୁ ହଟାଇବାପାଇଁ ଇପିଏସ୍‌ ଏବଂ ଓପିଏସ୍‌ଙ୍କ ଦ୍ବାରା ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକ ହୋଇଥିଲା। ତେବେ ଏହାକୁ ବିରୋଧ କରି ଶଶିକଳା ୨୦୧୭ରେ ଏକ ମକଦ୍ଦମା ରୁଜୁ କରିଥିଲେ। ଏବେ ସେ ପୁଣି ଏକ ଆବେଦନ କରିଛନ୍ତି ଏବଂ ତାଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର