ସୁଇଜର୍‌ଲାଣ୍ଡ୍‌ରେ ସ୍ବେଚ୍ଛାମୃତ୍ୟୁ ଚାହୁଁଥିବା ଅସୁସ୍ଥ ବ୍ୟକ୍ତିଙ୍କୁ ବାଧା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ପରିବାର ଓ ବନ୍ଧୁବାନ୍ଧବ

ନୂଆଦିଲ୍ଲୀ: ସୁଇଜର୍‌ଲାଣ୍ଡ୍‌ ଯାଇ ସ୍ବେଚ୍ଛାରେ ଜୀବନ ହାରିବାକୁ (ମର୍ସି କିଲିଙ୍ଗ୍‌) ଚାହୁଁଥିବା ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ୟୁରୋପ୍‌ ଗସ୍ତ ନ କରାଇ ଦେବା ପାଇଁ ତାଙ୍କ ପରିବାରବର୍ଗ ଓ ବନ୍ଧୁବାନ୍ଧବମାନେ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ ପିଟସିନ୍‌ ଦାଏର କରିଛନ୍ତି।

ନଇଡ଼ାରେ ବାସ କରୁଥିବା ଉକ୍ତ ୪୦ ବର୍ଷିୟ ଅସୁସ୍ଥ ବ୍ୟକ୍ତିଜଣକୁ ୟୁରୋପ ଗସ୍ତରୁ କ୍ଷାନ୍ତ କରାଇବା ଲାଗି ଦାଏର କରାଯାଇଥିବା ଉକ୍ତ ପିଟିସନ୍‌ରେ ଉଲ୍ଲେଖ ଅଛି‌ ଯେ, ଡାକ୍ତରୀ ଚିକିତ୍ସା ନିମନ୍ତେ ବେଲ୍‌ଜିୟମ୍‌ ଯିବେ ବୋଲି ଭାରତୀୟ ଭିସା କର୍ତ୍ତୃପକ୍ଷଙ୍କୁ ମିଥ୍ୟା କହି ସେ ସେନ୍‌ଗେନ୍‌ ଭିସା ହାସଲ କରିଛନ୍ତି। କିନ୍ତୁ, ପ୍ରକୃତରେ ସେ ବେଲ୍‌ଜିୟମ୍‌ ଦେଇ ସୁଇଜର୍‌ଲାଣ୍ଡ୍‌ ଯିବେ ଓ ସେଠାରେ ଥିବା ‘ଡିଗ୍ନିଟାସ୍‌’ ପ୍ରତିଷ୍ଠାନକୁ ଯାଇ ସ୍ବେଚ୍ଛାରେ ଜୀବନ ହାରିବେ। ସତ କଥାଟି ସେ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗୁପ୍ତ ରଖିଛନ୍ତି।

Image Courtesy of The Quint

ପ୍ରାପ୍ତ ସୂଚନା ଅନୁସାରେ, ଜୀବନ ହରାଇବାକୁ ଚାହୁଁଥିବା ବ୍ୟକ୍ତିଜଣକ ‘କ୍ରନିକ୍‌ ଫାଟିଗ୍ ସିଣ୍ଡ୍ରୋମ୍‌’ରେ (ସିଏଫ୍‌ଏସ୍‌) ବା ଜଟିଳ ସ୍ନାୟୁ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ୨୦୧୪ରେ ଡାକ୍ତରୀ ପରୀକ୍ଷାରୁ ତାଙ୍କର ଅସୁସ୍ଥତା କଥା ଜଣାପଡ଼ିବା ପରେ ‘ଏମ୍‌ସ୍‌’ରେ ତାଙ୍କର ଚିକିତ୍ସା କରାଯାଉଛି। କିନ୍ତୁ, ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ଉପୁଜିଥିଲା। ଚିକିତ୍ସା ବିନା ସେ ସମ୍ପୂର୍ଣ୍ଣ ଶଯ୍ୟାସାୟୀ ହୋଇଯାଇଛନ୍ତି। କେତେବେଳେ କେମିତି ସାମାନ୍ୟ ଚଳପ୍ରଚଳ କରୁଛନ୍ତି।

ସ୍ବେଚ୍ଛାମୃତ୍ୟୁ ନିମନ୍ତେ ତାଙ୍କୁ ସୁଇଜର୍‌ଲାଣ୍ଡ୍‌ ଛଡ଼ା ନ ଯାଇ ‘ଏମ୍‌ସ୍‌’ରେ ମେଡିକାଲ୍‌ ବ‌ୋର୍ଡ ଗଠନ କରି ତାଙ୍କ ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦେବାକୁ ସେମାନେ ଅଦାଲତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର