ଲିଭ ଇନ ରିଲେସନସିପ ପାଇଁ ଭାଇକୁ ହତ୍ୟା କଲେ ହିରୋଇନ

ବାଙ୍ଗଲୋର: ପ୍ରେମିକ ପାଇଁ ଭାଇକୁ ହତ୍ୟା କଲେ ଆଉ ଖଣ୍ଡ ଖଣ୍ଡ କରି ଫୋଫାଡ଼ିଦେଲେ | ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଏହା ପଛରେ ଜଣେ ହିରୋଇନଙ୍କର ହାତ ରହିଛି | ପୁଲିସ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି | କନ୍ନଡ ଅଭିନେତ୍ରୀ ଶାନୟା କାଟୱେଙ୍କୁ ହୁବଲି ପୁଲିସ ଗିରଫ କରିଛି। ଶାନୟା ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଶାନୟାଙ୍କ ଭାଇ ରାକେଶ କାଟୱେଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା । ଆଉ ଏହା ପରେ ତଦନ୍ତ କରାଯାଇଥିଲା | ତେବେ ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ଭଉଣୀଙ୍କର ହାତ ଥିବା ଜଣାପଡିଥିଲା |

ପୁଲିସ ଏବେ ଶାନୟାଙ୍କ ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି | ଯେଉଁମାନଙ୍କ ନାମ ନୟାଜ ଅହମ୍ମଦ କାଟିଗର, ତୋସିଫ ଚାନ୍ନାପୁର, ଆଲତାଫ୍ ମୁଲ୍ଲା ଏବଂ ଅମାନ୍ ଗିରାନିୱାଲେ | ଖବର ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ରାକେଶଙ୍କ ଭଉଣୀ ଅର୍ଥାତ୍ କନ୍ନଡ ଅଭିନେତ୍ରୀ ଶାନୟା କାଟଭେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ଶାନୟା ଏବଂ ନୟାଜ ପରସ୍ପରକୁ ଭଲ ପାଉଥିଲେ |

ଉଭୟ ଲିଭ ଇନ ରିଲେସନସିପରେ ରହୁଥିଲେ ଆଉ ସେମାନଙ୍କ ଭାଇ ଏହି ସମ୍ପର୍କକୁ ବିରୋଧ କରିଥିଲେ ଯାହା ପରେ ନୟାଜ ରାକେଶଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଏହି ଘଟଣା ୯ ଏପ୍ରିଲରେ ଘଟିଥିଲା, ଯେଉଁ ଦିନ ଶାନୟା ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ହୁବଲି ଯାଇଥିଲେ | ଆଉ ପ୍ରମୋସନ ସାରି ଫେରିବା ବାଟରେ ରାକେଶଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର